ପ୍ରମୂଖ ଖବର
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଜଗନ୍ନାଥ ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁର୍ଘଟଣା, ଟ୍ରେଲର ଧକ୍କାରେ ବାଇକ ଆରୋହୀ ମୃତ

Published By : Harapriya Sethi | May 10, 2025 1:27 PM

ଖନ୍ତାପଡ଼ା,୧୦/୦୫: ବାଇକ୍‌କୁ ଧକ୍କା ଦେଲା ଟ୍ରେଲର୍ । ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ । ମୃତକ ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁର ଥାନା ନାୟକପଡା ବେଜପାଲି ଗ୍ରାମର ସୌଦାମିନୀ ଲୁହାଙ୍କ ପୁଅ ଧନଞ୍ଜୟ ବୋଲି ଜଣାପଡ଼ିଛି । ଖନ୍ତାପଡ଼ା ଥାନା ଅଧୀନ ଶେରଗଡ଼ ନିକଟରେ ଥିବା ଜଗନ୍ନାଥ ପେଟ୍ରୋଲ ପମ୍ପ ସମ୍ମୁଖରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଧନଞ୍ଜୟ ସ୍ଥାନୀୟ ହାଇଲାଣ୍ଡ ଚିଙ୍ଗୁଡ଼ି କମ୍ପାନୀରେ ଷ୍ଟୋର କିପର ଭାବେ କାର୍ଯ୍ୟ କରୁଥିଲେ । ଶନିବାର ସକାଳେ ଏକ ବାଇକ୍‌ ଯୋଗେ ବାଲେଶ୍ୱରକୁ ଯାଉଥିଲେ। ଶେରଗଡ଼ ବିଟ ହାଉସ ଅଧୀନ ଜଗନ୍ନାଥ ପେଟ୍ରୋଲ ପମ୍ପରୁ ତେଲ ପକାଇ ବାହାରୁଥିବା ଟ୍ରେଲର୍‌ ଧନଞ୍ଜୟଙ୍କ ସହିତ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଧନଞ୍ଜୟ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା ପାର୍ଶ୍ୱକୁ ଛିଟିକି ପଡିଥିଲା । ଏହା ଦେଖି ସ୍ଥାନୀୟଲୋକେ ଟ୍ରେଲରଟିକୁ ଅଟକ ରଖିବା ସହିତ ଧନଞ୍ଜୟକୁ ଖନ୍ତାପଡ଼ା ଗୋଷ୍ଠୀ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଖନ୍ତାପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଅଧିକ ତଦନ୍ତ ଜାରି ରଖିଛି । ତେବେ ଖବର ଲେଖା ହେବା ବେଳକୁ ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇ ନ ଥିବା ଜଣାପଡିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.