ମୁମ୍ଵାଇ, ୩୧/୧୦ : ଭାରତୀୟ ମହିଳା କ୍ରିକେଟ୍ ଟିମ୍‌ ବିଶ୍ଵକପ୍ ଫାଇନାଲ୍‌ରେ ଗ୍ରାଣ୍ଡ୍ ଏଣ୍ଟ୍ରି କରିଛି। ସେମି ଫାଇନାଲ୍‌ରେ ଡିଫେଣ୍ଡିଂ ଚମ୍ପିଆନ୍ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲ୍ ଟିକଟ ହାତେଇଛି ଟିମ୍ ହରମନପ୍ରୀତ୍। ସେମି ଫାଇନାଲ୍ ଫାଇଟ୍‌ରେ ଷ୍ଟାର ଥିଲେ ଭାରତର ଜେମିମା ରୋଡ୍ରିଗ୍ସ। DY ପାଟିଲ ଷ୍ଟାଡିଅମରେ ଅଷ୍ଟ୍ରେଲିଆ ଠାରୁ ଛଡ଼ାଇ ଆଣି ଭାରତକୁ ଦେଇଥିଲେ ବିଜୟ ଭେଟି। ୧୨୭ ରନ୍‌ର ଅପରାଜିତ ଜବରଦସ୍ତ ଇନିଂସ୍ ଖେଳିଥିଲେ ଜେମିମା। ମାତ୍ର ୨୪ ବର୍ଷ ବୟସରେ ଭାରତ ପାଇଁ ଏହି ସ୍ଵର୍ଣ୍ଣିମ ମୁହୂର୍ତ୍ତ ଆଣି ଏବେ ଚର୍ଚ୍ଚାରେ ଜେମିମା। ତେବେ ଜେମିମାଙ୍କ ବ୍ୟକ୍ତିଗତ ଜୀବନ, ପରିବାର ଓ ଫ୍ୟାମିଲି ଲାଇଫ୍ ବିଷୟରେ ସମସ୍ତେ ଅଳ୍ପ ବହୁତେ ଜାଣିଛନ୍ତି। ହେଲେ ଆପଣ ଜାଣିଛନ୍ତି କି ? ମହିଳା କ୍ରିକେଟ୍ ଟିମ୍‌ର ଏହି ଷ୍ଟାର କ୍ରିକେଟର୍ କାହାକୁ ମନ ଦେଇ ବସିଛନ୍ତି ? ଜାଣନ୍ତୁ ଜେମିମାଙ୍କ ଲଭ୍ ଲାଇଫ୍ ବିଷୟରେ...

କିଛି ମାସ ପୂର୍ବରୁ ରଣବୀର ଆଲ୍ହାବାଦିଆଙ୍କ ସହ ଏକ ପୋଡକାଷ୍ଟରେ ଜେମିମା ରୋଡ୍ରିଗ୍ସ ତାଙ୍କ ଲଭ୍ ଲାଇଫ୍ ବିଷୟରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ, କମ୍ ବୟସରୁ ସେ କ୍ରିକେଟ୍ ଉପରେ ଅଧିକ ଫୋକସ୍ କରିଛନ୍ତି। ଏଥିପାଇଁ ତାଙ୍କୁ ସିଙ୍ଗଲ୍ ରହିବାକୁ ପଡ଼ିଛି। ପର୍ସନାଲ୍ ଲାଇଫ୍ କିମ୍ଵା ପାର୍ଟନର୍ ଖୋଜିବା ପାଇଁ ତାଙ୍କ ପାଖରେ ସମୟ ନଥିଲା। ତେବେ ଏଥିପାଇଁ କେଉଁଠି ନା କେଉଁଠି ତାଙ୍କର ଅବଶୋଷ ରହିଯାଇଛି। ଜେମିମାଙ୍କ ଭାଷାରେ, "ମୋ ମନ କଥା ବାଣ୍ଟିବାକୁ ମୋ ପାଖରେ କେହି ନାହାନ୍ତି ବେଳେବେଳେ ଏଥିପାଇଁ ମୁଁ ଅନୁତାପ କରେ।" ମୁସ୍କିଲ ସମୟରେ ଜଣେ ପାର୍ଟନର ଥିଲେ ଆଶ୍ଵସ୍ତି ମିଳେ। ଅପର ପକ୍ଷରେ ଜେମିମା କହିଥିଲେ ଯେ, ଲଭ୍ ଲାଇଫ୍ ଯୋଗୁଁ ବୋଧହୁଏ ସେ ତାଙ୍କ ଲକ୍ଷ୍ୟରୁ ପଥଭ୍ରଷ୍ଟ ହୋଇଯାଇଥାନ୍ତେ। ତେବେ ଜେମିମା ଏଭଳି ଜଣେ ପାର୍ଟନର ଚାହୁଁଛନ୍ତି, ଯିଏ ସେ ଯେମିତି ଅଛନ୍ତି ସେମିତି ହିଁ ପସନ୍ଦ କରିବ ନା କି ତାଙ୍କ ସଫଳତାକୁ ଦେ ପସନ୍ଦ କରିବ। 

ଜେମିମା କହିଛନ୍ତି ଯେ, ତାଙ୍କର ବହୁ ଟିମ୍‌ ମେଟ୍‌ଙ୍କୁ ଇନଷ୍ଟାଗ୍ରାମ କିମ୍ଵା କଲେଜରୁ ପାର୍ଟନର ମିଳିଯାଇଛି। ହେଲେ ସେ କ୍ୟାରିଅର୍ ଉପରେ ଅଧିକ ଫୋକସ୍ କରିଥିବା ଯୋଗୁଁ ଏପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି। ତେବେ ଜେମିମାଙ୍କ କଥାରୁ ଲାଗୁଛି ତାଙ୍କର କୌଣସି ବୟଫ୍ରେଣ୍ଡ୍ ନାହାନ୍ତି। ଏମିତି ବି ହୋଇପାରେ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରାଇଭେଟ୍ ରଖିବାକୁ ପସନ୍ଦ କରନ୍ତି।