ଭୁବନେଶ୍ଵର, ୧୧/୯ : ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ସୁରମା ପାଢ଼ୀ। ଆସନ୍ତା ୧୬ ତାରିଖରେ ବସିବ ସର୍ବଦଳୀୟ ବୈଠକ। ସାମିଲ ହେବେ ୩ ଦଳର ନେତା ଏବଂ ମନ୍ତ୍ରୀ । ସୁରୁଖୁରୁରେ ଗୃହ ପରିଚାଳନା ନେଇ ହେବ ଆଲୋଚନା। ସେପଟେ ସରକାରୀ ଦଳଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ। ରାଜ୍ୟରେ ସାର ଅଭାବ, ନାରୀ ସୁରକ୍ଷା, ଦରଦାମ୍ ବୃଦ୍ଧି, ଆତ୍ମଦାହକୁ ପ୍ରସଙ୍ଗ କରିବେ ବିରୋଧୀ। ସେପଟେ ବିରୋଧୀଙ୍କୁ ଚେକ୍ ଦେବା ପ୍ରସ୍ତୁତିରେ ସରକାର।
ସୂଚନାନୁଯାୟୀ, ଏଥର ବିଧାନସଭାର ମୌସୁମୀ ଅଧିବେଶନ ବିଳମ୍ଵରେ ଆରମ୍ଭ ହେଉଛି। ଆସନ୍ତା ୧୮ରୁ ୨୫ ଯାଏଁ ମୌସୁମୀ ଅଧିବେଶନ ଚାଲିବ। ଏଥର ଅଧିବେଶନରେ ୭ଟି କାର୍ଯ୍ୟଦିବସ ରହିଛି।