ସାହାଜପାଲ,୧୯/୯ : କେନ୍ଦ୍ର ଓ ରାଜ୍ୟ ସରକାର ତୃଣମୂଳଠାରୁ ଆରମ୍ଭ କରି ମାଳ ମାଳ ଯୋଜନା ବାହାର କରୁଛନ୍ତି । ମାତ୍ର ତାହା କୌଣସି କାମକୁ ନୁହେଁ । ଏହିଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ସଦର ବ୍ଲକ ମୁଣ୍ଡିପଦର ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡିପଦର ଗ୍ରାମରେ । ଏହି ଗାଁରେ ବିକାଶମୂଳକ କାମ ହେଉଛି ତାହା ବିନା ସୂଚନା ଫଳକରେ।

ଏହା କେତେ ଲକ୍ଷ ଟଙ୍କାର କାମ, କେଉଁ ବର୍ଷର କାମ, ଠିକାଦାରଙ୍କ ନାମ କ’ଣ ଏହାର ଏକ ସୂଚନା ଫଳକ କାମ ଆରମ୍ଭରୁ ଲାଗିବା କଥା। ସେହିଭଳି ନ ହୋଇ ଅନିୟମିତତା ଭାବେ ହେଉଛି କାମ। ଏ ନେଇ ଯନ୍ତ୍ରୀ ବିଭାଗକୁ ଯୋଗାଯୋଗ କଲେ ମଧ୍ୟ ତାହା ହୋଇପାରିନି । ଏଥିରୁ ଜଣା ପଡୁଛି ଯେ, ଠିକାଦାର ଓ ଯନ୍ତ୍ରୀ ବିଭାଗଙ୍କ ମଧ୍ୟରେ ଭଲ ଯୋଗସୁତ୍ର ଆଣି ବିଭାଗୀୟ ଅଧିକାରୀ ଚୁପ ରହିଛନ୍ତି । ଏ ଦିଗରେ ପ୍ରଶାସନ ନଜର ଦେବା ପାଇଁ ଦାବି ହେଉଛି ।