ଭୁବନେଶ୍ୱର,୨୦/୧୦: ଦୀପାବଳି ଉପଲକ୍ଷେ ଆଜି ଅପରାହ୍ଣ ୩ଟାରୁ  ଆମ ବସ୍‌ ସେବା ବନ୍ଦ ରହିବ । କ୍ୟାପିଟାଲ ରିଜନ ଭୁବନେଶ୍ୱର, କଟକ, ପୁରୀ  ସମେତ ସମ୍ବଲପୁର, ରାଉରକେଲା ଏବଂ ବ୍ରହ୍ମପୁରରେ ମଧ୍ୟ ବସ୍‌ ସେବା ବନ୍ଦ  ରହିବ । ଏନେଇ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପର୍ଟ (କ୍ରୁଟ) ପକ୍ଷରୁ ସୂଚନା  ଦିଆଯାଇଛି ।

ଦୀପାବଳି ଥିବାରୁ ବାଣ ପାଇଁ ଯାତ୍ରୀ ପରିବହନ ସେବାରେ ବାଧା ଉପୁଜିବ । ସୁରକ୍ଷାକୁ ଦୃଷ୍ଟିରେ ରଖି ଆମ ବସ୍‌ ପକ୍ଷରୁ ଗାଡି ଚଳାଚଳ ବନ୍ଦ ରହିବ ।  ସେହିପରି ଆମ ବସ୍‌ ସହାୟତା କେନ୍ଦ୍ର ମଧ୍ୟ ବନ୍ଦ ରହିବ । ତେବେ ୨୧ ତାରିଖ ସକାଳୁ ବସ୍‌ ଚଳାଚଳ ସ୍ୱାଭାବିକ ରହିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି ।