ମୋହନା,୩୧/୧୦ : ଗଜପତି ଜିଲ୍ଲା ମୋହନା ବ୍ଲକ୍ ବାଲିବlଡ ଗାଁରେ ଶୁକ୍ରବାର ପୂର୍ବାହ୍ନରେ ପୁଣି ମାଟି ଅତଡ଼ା ଖସିଛି l ଫଳରେ ଲୁହାଗୁଡ଼ିରୁ ବାଲିବlଡ଼ ଗାଁକୁ ଯାତାୟାତ ପ୍ରଭାବିତ ହୋଇଛି l ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଗୁରୁବାର ମଧ୍ୟ ସେହି ରାସ୍ତାରେ ମାଟି ଅତଡ଼ା ଖସିଥିଲା।
ଲଗାତର ଦୁଇ ଦିନ ମାଟି ଅତଡ଼ା ଖସିଥିବା ଯୋଗୁଁ ଗ୍ରାମବାସୀ ଭୟଭିତ ହୋଇ ପଡ଼ିଛନ୍ତି l ଲୁହାଗୁଡ଼ି ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ବ୍ଲକ୍ ପ୍ରଶାସନକୁ ଅବଗତ କରାଇଛନ୍ତି l ମାଟି ଅତଡ଼ା ଖସି ରାସ୍ତା ଅବରୋଧ ଯୋଗୁଁ ବାଲିବାଡ଼ ସମେତ ୫ଟି ଗାଁକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି l ଖବରପାଇ ବ୍ଲକ ପ୍ରଶାସନ ଓ ମୋହନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ସହ ମାଟି ଅତଡ଼ା ରାସ୍ତାରୁ ହଟାଇବାକୁ ଚେଷ୍ଟା କରୁଛନ୍ତି l