ଭୁବନେଶ୍ୱର: ଟାଇମ୍ସ ଗ୍ରୁପର ET NOW ଦ୍ୱାରା ଆୟୋଜିତ ସମ୍ମାନଜନକ Top 50 jewellery brand of India - 2025 ପୁରସ୍କାରରେ ଓଡ଼ିଶାର ସର୍ବବୃହତ ଓ ସର୍ବଶ୍ରେଷ୍ଠ ଜୁଏଲାରୀ ବ୍ରାଣ୍ଡ ଅରୁନ୍ଧତୀ ଜୁଏଲର୍ସକୁ ମୁମ୍ବାଇ ଠାରେ ସମ୍ମାନିତ କରାଯାଇଛି। ଦୀର୍ଘ ୨୫ ବର୍ଷ ଧରି ରାଜ୍ୟ ଅଳଙ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ଅରୁନ୍ଧତୀ ଜୁଏଲର୍ସକୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।

ଗତ, ସେପ୍ଟେମ୍ବର ୨୫ ତାରିଖରେ ମୁମ୍ୱାଇ ସ୍ଥିତ ହୋଟେଲ ସାହାରା ଷ୍ଟାରଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟ ସଚିବ ସୀତାରାମ କୁନ୍ତେ ଯୋଗଦାନ କରି ଅରୁନ୍ଧତୀ ଗୃପର ନିର୍ଦେଶକ ପ୍ରତୀକ ମେହେରଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ। ଏହି ଅବସରରେ ପୁନମ ସୋନି ସିଗ୍ନେଚର ଲାଇନର ପ୍ରତିଷ୍ଟାତା ପୁନମ ସୋନି, କ୍ୟରେଟଲେନର କୋ-ଫାଉଣ୍ଡର ଗୁରୁକାର୍ତ୍ତୀ ଗୁରୁନାଥନ, ଗୋଜୁପର କୋ-ଫାଉଣ୍ଡର ଅହମଦ ଅଫତାବ ନାକଭିଙ୍କ ଭଳି ବହୁ ମାନ୍ୟଗଣ ବ୍ୟକ୍ତି ତଥା ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରି ଭାରତ ବର୍ଷ ରେ ଅଳଙ୍କାର ଶିଳ୍ପକୁ ଗୌରବାନ୍ବିତ କରିଥିବା ପ୍ରତିଭାଶାଳୀ ବ୍ୟକ୍ତିଗଣ ଉପସ୍ଥିତ ରହିଥିଲେ।

୨୦୦୦ ମସିହାରୁ ଆରମ୍ଭ ହୋଇଥିବା ଅରୁନ୍ଧତୀର ଏହି ଯାତ୍ରା ଦୀର୍ଘ ୨୫ବର୍ଷ ଧରି ନିଜ ଆତ୍ମୀୟତା ଭରା ସେବା ମନୋଭାବ, ସୁନାଗହଣା ଓ ହୀରାମାନରେ ଶୁଦ୍ଧତା, ତଥା ପ୍ରତ୍ୟେକ ବ୍ୟବସାୟିକ ପଦକ୍ଷେପରେ ସମ୍ପୂର୍ଣ ସ୍ୱଚ୍ଛତା ଅବଲମ୍ବନ କରି ଅରୁନ୍ଧତୀ ଜୁଏଲର୍ସ ପ୍ରତିଟି ଓଡ଼ିଆ ନାରୀର ଆଭୂଷଣକୁ ସମୃଦ୍ଧ କରିଛି। ଓଡିଶାର ଉତ୍କର୍ଷ, ଐତିହ୍ୟ, ପରମ୍ପରାରେ ଭରା ସୁକ୍ଷ୍ମକାରୁକାର୍ଯ୍ୟ ସହ ଆଧୁନିକ ଗହଣା ଡ଼ିଜାଇନର ସମ୍ମିଶ୍ରଣରେ ପ୍ରସ୍ତୁତ ଅର୍କ, ଅମେୟ, ଅର୍ଘ୍ୟ ଭଳି ବିଶ୍ୱସ୍ତରୀୟ ଡିଜାଇନ ଓଡିଶବାସୀଙ୍କୁ ପ୍ରଦାନ କରିଛି। ଗୋଟିଏ ବର୍ଷ ଭିତରେ ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇ ଓଡିଶା ତଥା ଭାରତ ବର୍ଷ ପାଇଁ ଗୌରବ ଆଣିପାରିଛି।

ଆଗାମୀ ଦିନରେ ମଧ୍ୟ ଅରୁନ୍ଧତୀ ନିଜ କର୍ତ୍ତବ୍ୟପରାୟଣଭାବକୁ ବଜାୟ ରଖିବା ସହ ଓଡିଶା ଓ ଓଡ଼ିଆ ଜାତି, ଐତିହ୍ୟକୁ ସର୍ବଦା ଉନ୍ନତି ପଥରେ ଅଗ୍ରସର କରିବା ପାଇଁ କାର୍ଯ୍ୟ ଜାରି ରଖୁବ ବୋଲି ଶ୍ରୀ ମେହେର ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।