ନୂଆଦିଲ୍ଲୀ,୦୭/୧୧; ଯାତ୍ରୀ ସବୁ କାମ ସାରି ଠିକ୍ ସମୟରେ ବିମାନ ବନ୍ଦରରେ ପହଞ୍ଚିଥିଲେ । ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିଲେ । ହେଲେ ଯାତ୍ରୀଙ୍କ ଖୁସିରେ ବାଧା ଉପୁଜିଛି । ଉତ୍ସାହଟା ଉଭେଇ ଯାଇଛି । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC)ସର୍ଭରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି । ଯାହା ଫଳରେ ଫ୍ଲାଇଟ୍ ଉଡ଼ାଣ ବିଳମ୍ବ ହେଉଛି । ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୧୦୦ଟି ବିମାନ ଉଡ଼ାଣ ବିଳମ୍ବ ହୋଇଛି । ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ଦଳ ଏହି ସମସ୍ୟାର ସମାଧାନ ପାଇଁ କାମ କରୁଛନ୍ତି । କିନ୍ତୁ ସମସ୍ୟାଟି ସମାଧାନ ହୋଇନାହିଁ, ଯାହା ଫଳରେ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏୟାରଲାଇନ୍ସ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ ନିବେଦନ କରିଛି ।

ଦିଲ୍ଲୀ ଏୟାରପୋର୍ଟ ପକ୍ଷରୁ ଆଡଭାଇଜାରି ଜାରି କରାଯାଇ କୁହାଯାଇଛି କି, ''ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC)ରେ  ସିଷ୍ଟମ୍‌ରେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନବନ୍ଦରରେ ଉଡ଼ାଣ କାର୍ଯ୍ୟ ବିଳମ୍ବ ହେଉଛି । ଯଥାଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ । ସେମାନଙ୍କ ଟିମ୍ ସହିତ ସକ୍ରିୟ ଭାବରେ କାର୍ଯ୍ୟ କରୁଛି । ଯାତ୍ରୀମାନଙ୍କ ଅସୁବିଧା ପାଇଁ ଆମେ ଦୁଃଖିତ ।  ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତ ।''

ଯାତ୍ରୀଙ୍କ ଅସୁବିଧାକୁ ନେଇ ଇଣ୍ଡିଗୋ ତାର ସୋସିଆଲ ମିଡିଆରେ କହିଛି କି, ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ସିଷ୍ଟମରେ ଏକ ଯାନ୍ତ୍ରିକ ସମସ୍ୟା ଦିଲ୍ଲୀ ବିମାନବନ୍ଦରରେ ବିମାନ ଚଳାଚଳରେ ବିଳମ୍ବ କରୁଛି । ଫଳସ୍ୱରୂପ, ଦିଲ୍ଲୀ ଏବଂ ଅନେକ ଉତ୍ତରାଞ୍ଚଳରେ ବିମାନ ଚଳାଚଳ ପ୍ରଭାବିତ ହେଉଛି ।" ଯାତ୍ରୀମାନଙ୍କୁ ଅପଡେଟ୍ ପାଇଁ ସେମାନଙ୍କର ୱେବସାଇଟ୍ ଯାଞ୍ଚ କରିବାକୁ ଅନୁରୋଧ କରିଛି ।'' ସେହିପରି ଏୟାରଇଣ୍ଡିଆ ବିମାନ ସମସ୍ୟାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଧୈର୍ଯ୍ୟର ଧରିବାକୁ ଅନୁରୋଧ କରିଛି । ସମସ୍ୟାର ସମାଧାନ କରିବାକୁ ଟେକ୍ନିକାଲ ଟିମ୍ ଲାଗିଛନ୍ତି । ଖୁବଶୀଘ୍ର ସମସ୍ୟାର ସମାଧନ ହୋଇଯିବ  ''