ଘଟଗାଁ, ୨୨/୯: ମାର୍କେଟ୍‌ରେ ସାହୁ ଭାଉଜଙ୍କ ଡିମାଣ୍ଡ୍। ସାହୁ ଭାଉଜ ଷ୍ଟେଜ୍ ଚଢିଲେନି ବୋଲି ଚେୟାର ମାଡ଼ କଲେ ଦର୍ଶକ। ବନ୍ଦ ହୋଇଗଲା ଯାତ୍ରା। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ମନୋହରପୁର ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। 

ସୂଚନାନୁଯାୟୀ, ମନୋହରପୁର ଗ୍ରାମରେ ଦୂର୍ଗାଶ୍ରୀ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛି। ଶନିବାର ଦିନ ସାହୁ ଭାଉଜ ଷ୍ଟେଜ୍ ସୋ କରିବାର ପ୍ରୋଗ୍ରାମ ଥିଲା । ଷ୍ଟେଜ୍ ସୋ କରିବା ପାଇଁ ସାହୁ ଭାଉଜ ମଧ୍ୟ ପହଞ୍ଚିଥିଲେ । ତାଙ୍କୁ ସୋ କରିବା ପାଇଁ କିଛି ଲୋକେ ବିରୋଧ କରିବା ସହିତ ଅଭିଯୋଗ କରିବାରୁ ସ୍ଥାନୀୟ ପୁଲିସ ଘଟଣାସ୍ଥଳକୁ ଯାଇ ସାହୁ ଭାଉଜଙ୍କୁ ଷ୍ଟେଜ ସୋ କରିବା ପାଇଁ ମନା କରିଥିଲା। ଫଳରେ ସାହୁ ଭାଉଜ ଷ୍ଟେଜ୍ ଉପରକୁ ଯାଇନଥିଲେ । ଯାହାଫଳରେ ଭିତରେ ଥିବା ସାହୁ ଭାଉଜଙ୍କ ଫ୍ୟାନ୍ସ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ଷ୍ଟେଜ୍ ଉପରକୁ ଚେୟାର ମାଡ଼ କରିଥିଲେ। ଏହା ସହିତ ଯାତ୍ରା ସମ୍ପୂର୍ଣ୍ଣ ବନ୍ଦ କରିଦେଇ ଥିଲେ। ଯାହାକି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।