ଭଦ୍ରକ, ୨୭/୧୦ : ଯାତ୍ରା ଟିକଟ ପାଇଁ ହଙ୍ଗାମା। ମଞ୍ଚକୁ ଚେୟାର ଫିଙ୍ଗିଲେ ଦର୍ଶକ। ଅଧ ଘଣ୍ଟା ପାଇଁ ବନ୍ଦ ରହିଲା ଯାତ୍ରା। ବହୁ ସମୟ ଧରି ବୁଝାସୁଝା ପରେ ଆରମ୍ଭ ହେଲା ଯାତ୍ରା ପରିବେଷଣ । ଭଦ୍ରକ ଜିଲ୍ଲା ଚରମ୍ପାରେ ଯାତ୍ରା ଇନ୍ଦ୍ରଭୁବନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । 

ସୂଚନାନୁଯାୟୀ, ଭଦ୍ରକ କାଳୀ ପୂଜା ଅବସରରେ ୬ଟି ଅପେରା ନାଟକ ପରିବେଷଣ କରୁଛନ୍ତି। ପ୍ରାୟ ପାର୍ଟି ଭଲ ବ୍ୟବସାୟ କରୁଛନ୍ତି। ଚରମ୍ପାରେ ଯାତ୍ରା ଇନ୍ଦ୍ରଭୁବନର ନାଟକ ନ'ଅଙ୍କ ଦୁର୍ଭିକ୍ଷ ଟିକଟ ସରିଯିବାରୁ ଯୋଗୁଁ ଟିକଟ୍ କାଉଣ୍ଟର ବନ୍ଦ ହୋଇଯାଇଥିଲା । ଯେଉଁମାନେ ଟିକଟ୍ ପାଇନଥିଲେ ସେମାନେ ଜୋର ଜବରଦସ୍ତ ଭିତରକୁ ଯାଇ ଟିକଟ ପାଇଁ ଯାତ୍ରା ବନ୍ଦ କରିଦେଇଥିଲେ। ନାଟକ ପରିବେଷଣ ବେଳେ ହଙ୍ଗାମା କରିଥିଲେ, ମଞ୍ଚକୁ ଚେୟାର ଫିଙ୍ଗିଥିଲେ। ପରେ ଯାତ୍ରା କମିଟି ସହ ଆଲୋଚନା ପରେ ସମାଧାନ ହୋଇଥିଲା। ପ୍ରାୟ ଅଧା ଘଣ୍ଟାରୁ ଘଣ୍ଟାଏ ପରେ ଯାତ୍ରା ପରିବେଷଣ ହୋଇଥିଲା। ତେବେ ଏହି ନାଟକ ପାଇଁ ଅଧିକ ଚେୟାର ବ୍ୟବସ୍ଥା ପାଇଁ କମିଟିକୁ ଅନୁରୋଧ କରିଥିବା କହିଛନ୍ତି ଯାତ୍ରା ଇନ୍ଦ୍ର ଭୁବନର ପରିଚାଳକ।