ନୂଆଦିଲ୍ଲୀ,୨୭/୦୫: ଭାରତୀୟ ସେନାକୁ ସମ୍ମାନିତ କରିବ ବିସିସିଆଇ । ଅପରେସନ୍ 'ସିନ୍ଦୂର'ର ସଫଳତା ପାଇଁ ମିଳିବ ସମ୍ମାନ । ଆଇପିଏଲ୍ ଉଦଯାପନୀ ଉତ୍ସବରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ । ଜୁନ୍ ୩ରେ ଆଇପିଏଲ୍ ଫାଇନାଲ୍ ମ୍ୟାଚ ପୂର୍ବରୁ ବିଶେଷ କାର୍ଯ୍ୟକ୍ରମ ଆୟୋଜନ ହେବ । କାର୍ଯ୍ୟକ୍ରମରେ ସାମିଲ ହେବେ ୩ ସେନାମୁଖ୍ୟ । ଆଜି ସନ୍ଧ୍ୟାରେ ଶେଷ ଲିଗ୍ ମ୍ୟାଚରେ ମୁହାଁମହିଁ ହେବ ବେଙ୍ଗାଲୁରୁ-ଲକ୍ଷ୍ନୌ । ଜୁନ୍ ୩ରେ ଫାଇନାଲ ମ୍ୟାଚ ଖେଳାଯିବ । ଏହା ପୂର୍ବରୁ ସ୍ୱତନ୍ତ୍ର ସମାରୋହରେ ସେନାଙ୍କୁ ସମ୍ମାନିତ କରାଯିବ । ମିଲିଟାରୀ ବ୍ୟାଣ୍ଡ ସହିତ ଜଣାଶୁଣା ଗାୟକ ସାମିଲ ହେବେ ।
ଏପ୍ରିଲ୍ ୨୨ରେ ପହଲଗାମର ବୈସରନ ଘାଟିରେ ହୋଇଥିବା ଭୟଙ୍କର ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇଥିଲା ଭାରତୀୟ ସେନା । ୨୬ ନୀରିହ ଜୀବନର ବଦଲା ନେଇଥିଲା ଭାରତ । ଲୁହ ଲହୁର ହିସାବ ପାଇଁ ମେ ୬-୭ ବିଳମ୍ବିତ ରାତିରେ ଅପରେସନ୍ 'ସିନ୍ଦୂର' ଲଞ୍ଚ କରି ପାକିସ୍ତାନ ଓ ପିଓକେ ୯ ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇଥିଲା । ଏଥିରେ ୧୦୦ଆତଙ୍କୀ ନିପାତ ହୋଇଥିଲେ । ଭାରତୀୟ ସେନାର ପରାକ୍ରମ ଦେଖିଥିଲା ବିଶ୍ୱ । ଅପରେସନ୍ ସିନ୍ଦୂରର ସଫଳତା ନେଇ ଭାରତୀୟ ସେନାକୁ ସମ୍ମାନିତ କରିବ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସମ୍ମାନିତ କରିବ । ଆଇପିଏଲ୍ ଫାଇନାଲ ପୂର୍ବରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତର ବୀର ଯବାନଙ୍କୁ ସମ୍ମାନିତ ହେବେ । ଏଥିରେ ୩ ସେନାମୁଖ୍ୟ ସାମିଲ ହେବେ । ଏ ନେଇ ବିସିସିଆଇ ଅଧ୍ୟକ୍ଷ ଦେବଜିତ୍ ସାଇକିଆ ସୂଚନା ଦେଇଛନ୍ତି ।