​​​​​​​ଭୁବନେଶ୍ବର,୮।୧୦ : ନୂଆପଡା ଉପନିର୍ବାଚନ ପାଇଁ ବିଜେଡି ୩ଟି  କମିଟି ଗଠନ କରିଛି  ।  ଷ୍ଟିୟରିଂ, ଜୋନାଲ, ଲୋକାଲ ଆକ୍ସନ କମିଟି ଗଠନ କରିଛି। ଦଳର ସଭାପତି ନବୀନ ପଟ୍ଟନାୟକ ଏହି କମିଟି ଗଠନ କରିଛନ୍ତି।

 ଷ୍ଟିୟରିଂ କମିଟିରେ ୬ ଜଣ  ବରିଷ୍ଠ ସଦସ୍ୟ ରହିଛନ୍ତି। ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୁଜାରୀ, ସ୍ନେହାଙ୍ଗୀନ ଛୁରିଆ, ଟୁକୁନି ସାହୁ, ନିରଞ୍ଜନ ବିଶି, ଏମ.ଡି ଆୟୁବ ଖାଁ  ସଦସ୍ୟ ରହିଛନ୍ତି।

ସେହିପରି ଜୋନାଲ କମିଟି  ଗଠନ କରାଯାଇଛି। ଏହି କମିଟିରେ ୧୦ ଜଣ ସଦସ୍ୟ ରହିଛନ୍ତି। ୬ ଜଣ ଜିଲା ପରିଷଦ ପାଇ ଏବଂ ୪ ଜଣ ଏନଏସି ପାଇଁ ସଦସ୍ୟ ରହିଛନ୍ତି।  ନୂଆପଡା ଏନଏସି ପାଇଁ କଳିକେଶ ନାରାୟଣ ସିଂଦେଓ, ସାରଦା ନାୟକ ଏବଂ   ଖଡିଆର ଏନଏସି ପାଇଁ ରୋହିତ ପୁଜାରି, ବିକ୍ରମ ପଣ୍ଡା  ସଦସ୍ୟ ରହିଛନ୍ତି। ସେହିପରି ଜିଲା ପରିଷଦ ପାଇଁ ସୁଦାମ ମାରାଣ୍ଡି,  ଦେବାଶିଷ ଆଚାର୍ଯ୍ୟ,  ସରୋଜ ମେହେର, ମନୋହର ରନ୍ଧାରୀ,  ପ୍ରଦୀପ ମାଝୀ, ଜୋଗେଶ ସିଂହ  ରହିଛନ୍ତି।

ଲୋକାଲ ଆକ୍ସନ କମିଟିରେ  ୩ ଜଣ ସଦସ୍ୟ ରହିଛନ୍ତି। ଅଧିରାଜ ପାଣିଗ୍ରାହୀ, ଅବନୀ ଜୋଷୀ, ମନୋଜ ମିଶ୍ର ସଦସ୍ୟ ରହିଛନ୍ତି।