ଭୁବନେଶ୍ବର, ୧୭/୧୦: ନୂଆପଡ଼ା ଯୁଦ୍ଧ ପାଇଁ ବିଜେଡିର କ୍ୟାମ୍ପେନ ଯୋଦ୍ଧା । ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜୁ ଜନତା ଦଳ । ତାଲିକାରେ ପ୍ରଥମେ ରହିଛି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁ । ନୂଆପଡ଼ା ବିଧାୟକ ପ୍ରାର୍ଥୀ ସ୍ନେହାଙ୍ଗୀନି ଛୁରିଆଙ୍କ ପାଇଁ କ୍ୟାମ୍ପେନ କରିବେ ନବୀନ । ସେହିପରି ଷ୍ଟାର ପ୍ରଚାରକ ତାଲିକାରେ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସୁଦାମ ମାର୍ଣ୍ଡି, ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା, ଦିବ୍ୟଶଙ୍କର ମିଶ୍ର, ଟୁକୁନି ସାହୁ, ସୁଲତା ଦେଓ, ଅରୁଣ ସାହୁ, ପ୍ରତାପ ଜେନା, ପ୍ରୀତିରଞ୍ଜନ ଘଡ଼ାଇ, ଯୋଗେଶ ସିଂହ, ନିରଞ୍ଜନ ବିଶି, ଅତନୁ ସବ୍ୟସାଚୀ ନାୟକ, ଦେବେଶ ଆଚାର୍ଯ୍ୟ ଆଦି ନାଁ ରହିଛି ।