ଭୁବନେଶ୍ବର, ୧୬/୧୦ :  ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ଜାରି କଲା ୫୨ଜଣିଆ ପ୍ରଚାରକ ତାଲିକା । ନୂଆପଡ଼ା ବ୍ଲକ ପାଇଁ ୧୮ଜଣଙ୍କୁ ଦାୟିତ୍ବ ମିଳିଥିବାବେଳେ ନୂଆପଡ଼ା ଏନଏସି ପାଇଁ ୮ଜଣଙ୍କୁ ମିଳିଛି । କୋମନା ବ୍ଲକ ପାଇଁ ୧୮ଜଣଙ୍କୁ ଦାୟିତ୍ବ ମିଳିଥିବାବେଳେ ଖରିଆର ରୋଡ଼ ଏନଏସି ପାଇଁ ୮ଜଣଙ୍କୁ ଦିଆଯାଇଛି । ଏହିଭଳି ଭାବେ ମୋଟ୍ ୫୨ଜଣିଆ ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି ।

ଏହି ତାଲିକାରେ ନୂଆପଡ଼ା ବ୍ଲକ୍ ଦାୟିତ୍ବରେ ନିରଞ୍ଜନ ପୂଜାରୀ, ସଞ୍ଜୟ ଦାଶ ବର୍ମା, ଅରୁଣ ସାହୁ, ପ୍ରତାପ ଜେନା, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପ୍ରିତିରଞ୍ଜନ ଘଡ଼େଇ, ଧ୍ରୁବ ସାହୁ ପ୍ରମୁଖ ଥିବାବେ‌ଳେ ନୂଆପଡ଼ା ଏନଏସି ଦାୟିତ୍ବରେ ଅତନୁ ସବ୍ୟସାଚୀ ନାୟକ, ସାରଦା ପ୍ରସାଦ ନାୟକ, ଦେବେଶ ଆଚାର୍ଯ୍ୟ, ମନୋରମା ମହାନ୍ତି, ଦିପାଲୀ ଦାସ, ଆୟୁବ ଖାନ ପ୍ରମୁଖ ଅଛନ୍ତି ।

ସେହିଭଳି କୋମନା ବ୍ଲକ ଦାୟିତ୍ବରେ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ଅଧିରାଜ ପାଣିଗ୍ରାହୀ, ପୁଷ୍ପେନ୍ଦ୍ର ସିଂହ ଦେଓ, ଯୋଗେଶ ସିଂହ, ରବି ସିଂ, ରବି ନନ୍ଦ, ପ୍ରଦୀପ ମାଝୀ ପ୍ରମୁଖଙ୍କ ସହ ମୋଟ ୧୮ଜଣ ଏହି ଦାୟିତ୍ବରେ ଅଛନ୍ତି । ଖରିଆର ରୋଡ଼ ଦାୟିତ୍ବରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିକ୍ରମ ପଣ୍ଡା, କଳିକେଶ ନାରାୟଣ ସିଂହଦେଓ, ପ୍ରଦ୍ୟୁମ୍ନ ତ୍ରିପାଠୀଙ୍କ ସମେତ ମୋଟ ୮ଜଣ ଏହି ଦାୟିତ୍ବରେ ଅଛନ୍ତି ।

​​​​​​​

 

ଅନ୍ୟପଟେ ଯଦି ଦେଖିବା ଆଜି ବିଜେପି ମଧ୍ୟ ତାର ଷ୍ଟାର୍ ପ୍ରଚାରକ ତାଲିକା ଘୋଷଣା କରିଛି । ଏଥର ପ୍ରଚାର କରିବେ ଦୁଇ ମୁଖ୍ୟମନ୍ତ୍ରୀ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ପ୍ରଚାର ମଙ୍ଗ ସମ୍ଭାଳିବେ। ଏହାସହ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପ୍ରଭାତୀ ପରିଡ଼ା, ସଭାପତି ମନମୋହନ ସାମଲ, ୩ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର, ଜୁଏଲ ଓ ଅଶ୍ବିନୀ ବୈଷ୍ଣବ ପ୍ରଚାର କରିବେ।

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ୨ ପ୍ରଭାରି ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ଅଛନ୍ତି। ଏତଦ୍ ବ୍ୟତୀତ ସୁରେଶ ପୂଜାରୀ, ପ୍ରତାପ ଷଡ଼ଙ୍ଗୀ, ଜୟନାରାୟଣ ମିଶ୍ର, ବସନ୍ତ ପଣ୍ଡା ପ୍ରମୁଖ ବରିଷ୍ଠ ନେତା ଦଳ ପାଇଁ କ୍ୟାମ୍ପେନ କରିବେ।