ଭୁବନେଶ୍ଵର, ୨୦/୧୦ : ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ସରଗରମ। ଉଠୁଛି ପଡ଼ୁଛି ପ୍ରଚାର ମଇଦାନ୍। ନୂଆପଡ଼ାରେ ବିଜେପିର ଭିକ୍ଟ୍ରି ଫାକ୍ଟର କହିଲେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ। ସେ କହିଛନ୍ତି ଯେ, ନୂଆପଡ଼ାରେ ଆଦିବାସୀ ଭୋଟ୍ ନିର୍ଣ୍ଣାୟକ ହେବ। ସମସ୍ତ ଆଦିବାସୀ ଭୋଟ୍ ବିଜେପି ଖାତାକୁ ଯିବ। ରାଜ୍ୟରେ ୧୮ ବିଧାୟକ ଓ ୪ ଆଦିବାସୀ ବିଜେପି ସାଂସଦଙ୍କୁ ଓଡ଼ିଶାବାସୀ ନିର୍ବାଚିତ କରିଛନ୍ତି । ତେଣୁ ନୂଆପଡ଼ାରେ ବିଜେପି ପ୍ରାର୍ଥୀଙ୍କୁ ଆଦିବାସୀ ଭୋଟରଙ୍କ ସମର୍ଥନ ନିଶ୍ଚୟ ମିଳିବ। ବିଜେପି ହିଁ ଆଦିବାସୀଙ୍କ ପାଇଁ ସମସ୍ତ ଜନକଲ୍ୟାଣ ଯୋଜନା ଆଣିଛି। ମୁଁ ପ୍ରସ୍ତୁତ ଅଛି ଦଳ ଯେତେବେଳେ ନିର୍ଦ୍ଦେଶ ଦେବ, ସେତେବେଳେ ପ୍ରଚାର ପାଇଁ ଯିବି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।
ସେପଟେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ କଡ଼ା ଜବାବ ହେଇଛନ୍ତି ବିଜେଡି ସାଂସଦ ନିରଞ୍ଜନ ବିଶି। ସେ କହିଛନ୍ତି ଯେ, ବିଜେପି ସରକାର ଆଦିବାସୀ ବିରୋଧୀ। ଆଦିବାସୀଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ ଓ ଆନୁଷଙ୍ଗିକ ବ୍ୟବସ୍ଥା ସହ ଖେଳ ଖେଳୁଛି। ଆଦିବାସୀଙ୍କ ପାଇଁ ଥିବା ପାଣ୍ଠିକୁ ଏ ସରକାର କାଟିଛନ୍ତି। ଓଡ଼ିଶାରୁ କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ହୋଇ ମଧ୍ୟ ଆଦିବାସୀଙ୍କୁ ରାଜ୍ୟରେ ପ୍ରତାରଣା କରାଯାଇଛି। ବିଜେଡି ଆଦିବାସୀଙ୍କ ପାଇଁ କରିଥିବା ଯୋଜନା କେନ୍ଦ୍ରମନ୍ତ୍ରୀ ବନ୍ଦ କରିଛନ୍ତି। ତେଣୁ ନୂଆପଡ଼ାର ଆଦିବାସୀ ଭାଇ ଭଉଣୀମାନେ ଏ କଥା ଜାଣିଛନ୍ତି। ସବୁ ଆଦିବାସୀ ଭୋଟ୍ ବିଜେଡି ଖାତାକୁ ଯିବା। ବିଜେଡି ଏଠାରେ ବଡ଼ ବ୍ୟବଧାନରେ ବିଜୟୀ ହେବ ବୋଲି ବିଜେଡି ସାଂସଦ କହିଛନ୍ତି।