ନୂଆଦିଲ୍ଲୀ,୧୩/୧୦: ପଶ୍ଚିମବଙ୍ଗରେ ପୁଣି ଆରଜି କର ଘଟଣାର ପୁନରାବୃତ୍ତି ହୋଇଛି । ଜଣେ ଓଡିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଦୁର୍ଗାପୁର ଗଣଦୁଷ୍କର୍ମ ମାମଲାର ଛାନଭିନ ଜାରି ରହିଛି । ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ତେଜୁଛି । ରାତି ୧୨ଟା ୩୦ରେ ପୀଡ଼ିତା କାହିଁକି ବାହାରକୁ ଯାଇଥିଲେ ? ମମତାଙ୍କୁ ଏହି ବୟାନକୁ ସମାଲୋଚନା କରିଛି ବିଜେପି । ଭାରତୀୟ ଜନତା ପାର୍ଟି ଜାତୀୟ ମୁଖ୍ୟପାତ୍ର ଗୌରବ ଭାଟିଆ ମମତାଙ୍କୁ ଟାର୍ଗେଟ କରି ନାରିତ୍ୱ ଉପରେ କଳଙ୍କ ବୋଲି କରିଛନ୍ତି ।
ସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି, ''ଲଜ୍ଜିତ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାରିତ୍ୱ ଉପରେ କଳଙ୍କ । ଆରଜି କର ମେଡିକାଲ କଲେଜ ଘଟଣା ପରେ ଏହି ଭୟଙ୍କର ମାମଲା ସାମ୍ନାକୁ ଆସିଛି । ନ୍ୟାୟ ବଦଳରେ ସେ ପୀଡିତାଙ୍କୁ ଦୋଷ ଦେଉଛନ୍ତି । ଜଣେ ମୁଖ୍ୟମନ୍ତ୍ରୀ ଯିଏକି ଝିଅମାନଙ୍କ ସୁରକ୍ଷା ସୁନିଶ୍ଚିନ୍ତ କରିବା ପରିବର୍ତ୍ତେ ରାତିରେ ବାହାରକୁ ନଯିବାକୁ କହୁଛନ୍ତି । ତାଙ୍କର ମୁଖ୍ୟମନ୍ତ୍ରୀ ପଦବୀରେ ରହିବାକୁ କୌଣସି ନୈତିକତା ଅଧିକାର ନାହିଁ । ଲୋକମାନେ ଏବେ ଅନୁଭବ କରୁଛନ୍ତି ଯେ ସେମାନେ ଜଣେ ଅରାଜକତାବାଦୀ, ହୃଦୟହୀନ ମମତାଙ୍କ ଉପରେ ବିଶ୍ୱାସ ରଖିଛନ୍ତି । ତାଙ୍କୁ ଇସ୍ତଫା ଦେବାକୁ ପଡିବ ଏବଂ ଆଇନ ଅନୁଯାୟୀ ଦାୟୀ ହେବାକୁ ପଡିବ।''
Shameless @MamataOfficial a blot on womanhood, even more for being a CM.
— Gaurav Bhatia गौरव भाटिया 🇮🇳 (@gauravbhatiabjp) October 12, 2025
After RG Kar and Sandeshkhali, now this horrific case and instead of justice, she blames the victim!
A Chief Minister who tells girls not to go out at night, rather than ensuring their safety, has no moral… pic.twitter.com/sJlq4mfQLK
କ'ଣ କହିଥିଲେ ମୁଖ୍ୟମନ୍ତ୍ରୀ ମମତା ? ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ଉପରେ ମୁହଁ ଖୋଲିଥିଲେ । ଦୁଃଖ ପ୍ରକାଶ କରିବା ସହ ଏଭଳି ଘଟଣା ପାଇଁ ପୀଡ଼ିତାଙ୍କୁ ଦୋଷ ଦେଇଥିଲେ । ସେ କହିଥିଲେ,''ପୀଡିତା ଘରୋଇ ମେଡିକାଲ କଲେଜରେ ପାଠ ପଢ଼ୁଛନ୍ତି । ତାଙ୍କ ସୁରକ୍ଷା ଦାୟିତ୍ୱ କାହାର ? ତାଙ୍କ ସୁରକ୍ଷା ହେଉଛି କଲେଜ ପ୍ରଶାସନର । ରାତି ୧୨ଟା ୩୦ରେ ପୀଡ଼ିତା କାହିଁକି ବାହାରକୁ ଯାଇଥିଲେ ? ବାହାରେ କ'ଣ କରୁଥିଲେ? ସେମାନେ ନିଜକୁ ପ୍ରଥମେ ସୁରକ୍ଷିତ ରଖିବା ଆବଶ୍ୟକ ।''
#WATCH | Kolkata, WB: On the alleged gangrape of an MBBS student in Durgapur, CM Mamata Banerjee says, "This is a private college. Three weeks ago, three girls were raped on the beach in Odisha. What action is being taken by the Odisha government?... The girl was studying in a… pic.twitter.com/ugQrQwNeW7
— ANI (@ANI) October 12, 2025
ଓଡ଼ିଶାର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇ ମମତା କହିଥିଲେ ଯେ, ଓଡ଼ିଶାରେ ୩ ଯୁବତୀଙ୍କୁ ବଳାତ୍କାର କରାଯାଇଥିଲା । ସେଠାକାର ସରକାର କ'ଣ ପଦକ୍ଷେପ ନେଲେ ? ମଣିପୁର, ବିହାର ଓ ଉତ୍ତରପ୍ରଦେଶରେ ମଧ୍ୟ ଏଭଳି ଘଟଣା ଘଟୁଛି । ସବୁ ରାଜ୍ୟକୁ ଏହା ଉପରେ ଗମ୍ଭୀର ଭାବେ ପଦକ୍ଷେପ ନେବା ଆବଶ୍ୟକ । ପଶ୍ଚିମବଙ୍ଗରେ ଏଭଳି ଘଟଣା ଉପରେ ଶୂନ ସହନଶୀଳତା ନୀତି ରହିଛି । ଏହି ଘଟଣାରେ ସାମିଲ ସମସ୍ତ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସକୁ କଡ଼ାକଡ଼ି ନିର୍ଦ୍ଦେଶ ଦିଆଯାଇଛି । ୩ ଜଣଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟମାନଙ୍କୁ ଖୁବଶୀଘ୍ର ଧରାଯିବ । କାହାକୁ ଛଡ଼ାଯିବ ନାହିଁ । ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ''