ହାଇଦ୍ରାବାଦ,୨।୯: ତେଲେଙ୍ଗାନାରେ ବିହାର ଭଳି ରାଜନୈତିକ ଘଟଣାବଳୀ। ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ତାଙ୍କ ବଡ଼ ପୁଅକୁ ଦଳରୁ ବିଦା କରିଥିବା ବେଳେ ତେଲେଙ୍ଗାନାରେ ସମାନ ଘଟଣା ଦେଖିବାକୁ ମିଳିଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଆରଏସ୍ ମୁଖ୍ୟ ଚନ୍ଦ୍ରଶେଖର ରାଓ ନିଜ ଝିଅ କବିତାଙ୍କ ବିରୋଧରେ ନେଇଛନ୍ତି ବଡ଼ ଆକ୍ସନ। ମଙ୍ଗଳବାର ବିଆରଏସ୍ ଅର୍ଥାତ ଭାରତ ରାଷ୍ଟ୍ର କମିଟିରୁ କବିତାଙ୍କୁ ନିଲମ୍ବିତ କରାଯାଇଛି। ଦଳ ବିରୋଧରେ ବୟାନବାଜି କାରଣରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କିଛି ଦିନ ପୂର୍ବରୁ କବିତା ବିଆରଏସ୍ ନେତାଙ୍କ ଉପରେ କେସିଆରଙ୍କ ଛବି ଖରାପ କରିବାର ଅଭିଯାଗ କରିଥିଲେ।
ବିଆରଏସ୍ର କହିବା ଅନୁସାରେ, କବିତାଙ୍କ ବ୍ୟବହାର ଓ ତାଙ୍କର ଗତିବିଧି ଦଳର ଛବି ଖରାପ କରୁଥିଳା। ଯେଉଁ କାରଣରୁ ପାର୍ଟି ଅଧ୍ୟକ୍ଷ କେସିଆର ତୁରନ୍ତ କବିତାଭ୍କୁ ନିଲମ୍ବିତ କରିବାର ନିଷ୍ପତ୍ତି ନେଇଥିଲେ। ସବୁଠାରୁ ବଡ଼ କଥା ଯେ, ୨୨ ଅଗଷ୍ଟରେ ବିଦେଶ ଯାତ୍ରା କରିବା ବେଳେ ମଧ୍ୟ ବିଆରଏସ୍ କବିତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସେହି ସମୟରେ ତାକୁ ଟିବିଜିକେଏସ୍ ଅର୍ଥାତ ତେଲେଙ୍ଗାନା ବୋଗୁ ଗନି କର୍ମିକା ସଙ୍ଗର ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା। ଏହାପରେ ସେ ଦଳୀୟ ନେତାଙ୍କ ବିରୋଧରେ ଷଡଯନ୍ତ୍ର ଅଭିଯୋଗ କରିଥିଲେ। ଏହା ସହ କହିଥିଲେ, ପଦରୁ ହଟାଯିବା ରାଜନୈତିକ ଷହଯନ୍ତ୍ର ଥିଲା। ତାଙ୍କୁ ନଜଣାଇ ପାର୍ଟି ଅଫିସରେ ନିର୍ବାଚନ ହୋଇଥିଲା। ଯାହକି ସମ୍ଭାବିତ ରୂପରେ ଶ୍ରମ ଆଇନର ଉଲଂଘନ କରିଥାଏ। ସେ କହିଥିଲେ ଦଳ ଭିତରେ ଯେଉଁ ଭଳି କାମ ହେୁଛି, ତା ଉପରା ପ୍ରଶ୍ନ ଉଠାଇବା କାରଣରୁ ସେମାନେ ରାଗ ରଖିଛନ୍ତି। ତେବେ ସେ ସେତେବେଳେ କୌଣସି ନେତାଙ୍କ ନାଁ ଖୋଲିକି କହିନଥିଲେ।