କଟକ, ୧।୧୦ : ଉଭୟ ପଡିଆରେ ହେବ କଟକ ବାଲିଯାତ୍ରା। ଯେଉଁଭଳି ବାଲିଯାତ୍ରା ହୁଏ ସେହିଭଳି ଚଳିତ ବର୍ଷ ମଧ୍ୟ ବାଲିଯାତ୍ରା ହେବ। କଟକର ବାଲିଯାତ୍ରା ଐତିହାସିକ । ଯେଉଁଠି ଐତିହ୍ୟ କଥା ଅଛି, ସେ ସ୍ୱତନ୍ତ୍ରତାକୁ ନେଇ ବାଲିଯାତ୍ରା ହେବ। ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯାଇ ବାଲିଯାତ୍ରା କରାଯିବ। କଟକରେ ପୂଜାମଣ୍ଡପ ବୁଲିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ପ୍ରତିକ୍ରିୟା ରଖିଛନ୍ତ।
କଟକର ବିଭିନ୍ନ ପୂଜା ମଣ୍ଡପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଲିଥିଲେ। । ପ୍ରଥମେ ପ୍ରତାପନଗରୀ ପୂଜା ମଣ୍ଡପରେ ମା'ଙ୍କ ଦର୍ଶନ କରିଥିଲେ। ପରେ ସହରର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀ କଟକ ଚଉଳିଆଗଞ୍ଜରେ ମା'ଙ୍କୁ ଦର୍ଶନ କରି ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି ଏବଂ କଲ୍ୟାଣ କାମନା କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ‘‘କଟକ ଦୁର୍ଗା ପୂଜାରେ ମା’ଙ୍କ ଆଶୀର୍ବାଦ ଲାଭ କରିଛି। ମୁଁ ଅତ୍ୟନ୍ତ ଆନନ୍ଦିତ। ଓଡ଼ିଶାର ଲୋକ ଓ କଟକବାସୀ କିଭଳି ସୁଖ ଶାନ୍ତିରେ ରହିବେ କାମନା କରିଛି । ଭାଇଚାରାର ସହର କଟକ । ଦଶହରା ଖାଲି ପରବ ନୁହେଁ ଏହା ଏକ ସଂସ୍କୃତି ଓ ଏକତାର ପରବ। ସୁନା ଚାନ୍ଦି ମେଢ଼ ମୋତେ ବହୁତ୍ ଭଲ ଲାଗିଛି । କଟକ ସବୁବେଳେ ସଜେଇ ହୋଇ ରହିଥାଉ । ନୂଆ ଓଡ଼ିଶା ଓ ଗଠନରେ କଟକର ଭୂମିକା ରହିବ ।