କଟକ, ୨୫।୯ : ଚଳିତ ବର୍ଷ କେବଳ ତଳପଡିଆ ପାଇଁ ବାଲିଯାତ୍ରା ପ୍ଲଟ ଵୁକିଂ ଆରମ୍ଭ କରିଵ ଜିଲ୍ଲା ପ୍ରଶାସନ। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ। କେଵଳ ତଳ ପଡିଆରେ ୧୬୭୦ଟି ପ୍ଲଟ ପାଇଁ ଶୁକ୍ରବାର ଠାରୁ ଵୁକିଂ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ। ଜଣେ ଵ୍ୟକ୍ତି ସର୍ବାଧିକ ତିନୋଟି ପ୍ଲଟ ପାଇଁ ରେଜିଷ୍ଟ୍ରେସନ୍ କରିପାରିବେ।
ଚଳିତ ବର୍ଷ ପ୍ରଥମ ଥର ପାଇଁ ଉଠା ବ୍ୟବସାୟୀ ମାନଙ୍କ ପାଇଁ ସ୍ବତନ୍ତ୍ର ପ୍ଲଟ ଵ୍ୟଵସ୍ଥା କରାଯାଇଛି।ଉଠା ଦୋକାନୀମାନେ ୧୫ଶହ ଟଙ୍କା ଦେଇ ପ୍ଲଟ ଵୁକିଂ କରିପାରିବେ।ଵୁକିଂ ପାଇଁ ପଞ୍ଜିକରଣ ପ୍ରକ୍ରିୟା ସରିଵା ପରେ ଅକ୍ଟୋବର ୧୩ ତାରିଖରୁ ପ୍ଲଟ ନିଲାମ ପ୍ରକ୍ରିୟା ଆରମ୍ଭ ହେଵ।ସାଧାରଣ ବ୍ୟବସାୟୀଙ୍କ ପାଇଁ ପ୍ଲଟ ପିଛା ପଞ୍ଜିକରଣ ରାଶି ୫ହଜାର ଟଙ୍କା ରହିଥିଵା ବେଳେ ଦୋଳି ଓ ଅନ୍ୟାନ୍ୟ ଖେଳ ପାଇଁ ପଞ୍ଜିକରଣ ରାଶି ୧ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ଚଳିତ ବର୍ଷ ନଭେମ୍ବର ୫ରୁ ୧୨ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଆୟୋଜନ ହେଵ।