କଟକ,୨୯।୧୦ :ନାଲିବତୀ ଗାଡ଼ି ନେଇ ଚାନ୍ଦା ଆଦାୟ। ବାଙ୍କୀ ଉପଜିଲ୍ଲାପାଳଙ୍କ ସରକାରୀ ନାଲିବତୀ ଗାଡ଼ି ଡ୍ରାଇଭରଙ୍କ ଦବଙ୍ଗଗିରି। ଏଭଳି ଘଟଣାକୁ ନେଇ କଟକ ଜିଲ୍ଲାରେ ଚର୍ଚ୍ଚା ଲାଗିରହିଛି।ଉପଜିଲ୍ଲାପାଳଙ୍କ ଗାଡ଼ି ନେଇ ରାତିରେ ବାଲି ଟ୍ରକ୍ରୁ ଚାନ୍ଦା ଆଦାୟ ଅଭିଯୋଗ ହୋଇଛି। ହାତରେ ପାଇପ୍ ଧରି ଧମକାଇବା ସହ କାଗଜପତ୍ର ମାଗି ଚାନ୍ଦା ଆଦାୟ କରୁଥିବା ଜଣାପଡ଼ିଛି।
ଉପଜିଲ୍ଲାପାଳ ସରକାରୀ କାର୍ଯ୍ୟରେ ବ୍ୟସ୍ତ ବେଳେ ଏପରି କରିଥିବା ଜଣାପଡ଼ିଛି। ଘଟଣା ପରେ ପ୍ରଶାସନ ତରଫରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ଅଭିଯୁକ୍ତ ଡ୍ରାଇଭରକୁ ବିଦା କରାଯାଇଛି ବୋଲି ଉପଜିଲ୍ଲାପାଳ ପ୍ରଣବ କୁମାର ବେହେରା କହିଛନ୍ତି।