ନୂଆଦିଲ୍ଲୀ: ଗୋଟିଏ ପଟେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ପାଇଁ ମିଠା କଥା କହୁଥିବା ବେଳେ ଅନ୍ୟପଟେ ଭାରତ ପାଇଁ ଗାତ ଖୋଳିବାରେ ବ୍ୟସ୍ତ ରହିଛନ୍ତି। ବିଭିନ୍ନ କଥାକୁ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ଦେଖାଦେଇଥିବାବେଳେଏବେ ଭାରତକୁ ପୁଣି ଆଉ ଏକ ଝଟକା ଦେଇଛି ଆମେରିକା ଖବର ମୁତାବକ ଟ୍ରମ୍ପ ଇରାନର ଚାବାହର ବନ୍ଦରକୁ ୨୦୧୮ରେ ଦିଆଯାଇଥିବା ବିଶେଷ ଛାଡ଼ ନିଷ୍ପତ୍ତିକୁ ଗୁରୁବାର ସମାପ୍ତ କରିଛନ୍ତି ଆଉ ଖାସ୍ ଏଥି ଯୋଗୁଁ  ଆସନ୍ତା ସେପ୍ଟେମ୍ବର ୨୯ ତାରିଖଠାରୁ ଏହି ବନ୍ଦରକୁ ଚଳାଇବା, ଟଙ୍କା ଦେବା କିମ୍ବା ଏହା ସହ ଜଡ଼ିତ କୌଣସି କାମ ପାଇଁ କମ୍ପାନିଙ୍କ ଉପରେ ଆମେରିକାର ଜରିମାନା ଏବଂ ପ୍ରତିବନ୍ଧକ ଲାଗିବ

ଆମେରିକାର ଏହି ନିଷ୍ପତ୍ତି ଫଳରେ ଭାରତକୁ ଏକ ବଡ଼ ଝଟକା ଲାଗିଛି କାରଣ ଭାରତ ୨୦୨୪ ମସିହାରେ ଏହି ବନ୍ଦରର ପରିଚାଳନା ଦାୟିତ୍ବ ପାଇଁ ଇରାନ ସହ ୧୦ ବର୍ଷିଆ ଡିଲ୍କରିଥିଲା ଯେଉଁଥିରେ ୧୨୦ ମିଲିୟନ ଡଲାରର ନିବେଶ ଏବଂ ୨୫୦ ମିଲିୟନ ଡଲାରର ଆର୍ଥିତ ସହଯୋଗ ସାମିଲ ଥିଲା ପ୍ରତିବନ୍ଧକ କାରଣରୁ ଏହି ନିବେଶ ଏବେ ବିପଦରେ ଆମେରିକା କହିଛି ଅତ୍ୟଧିକ ଚାପ କାରଣରୁ ଆମେ ଏଭଳି ନିଷ୍ପତ୍ତି ନେଉଛୁ ଭାରତକୁ ଛାଡ଼ିଦେଲେ ଏହାଦ୍ବାରା ଇରାନ ବନ୍ଦର ଜରିଆରେ ବାଣିଜ୍ୟ କରୁଥିବା ଅନ୍ୟ ଦେଶଙ୍କୁ ମଧ୍ୟ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିବ

ଆପଣଙ୍କରୁ ଜଣାଇରଖୁ ଯେ, ଚାବାହାର ବନ୍ଦରକୁ ଭାରତ ପାଇଁ ଆଫଗାନିସ୍ତାନ ଏବଂ ମଧ୍ୟ ଏସିଆର ଏଣ୍ଟ୍ରି ଗେଟ ବୋଲି ଧରାଯାଇଥାଏ ଯାହାଦ୍ବାରା ଭାରତ ପାକିସ୍ତାନକୁ ବାଇପାସ୍ କରି କାରବାର କରିଥାଏ କିନ୍ତୁ ଏବେ ଏଭଳି କରିବାରେ ଭାରତକୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡିବ ଏହାଦ୍ବାରା ଭାରତର କ୍ଷେତ୍ରୀୟ ଯୋଗାଯୋଗ, ବାଣିଜ୍ୟ ଏବଂ ଜିଓ ପଲିଟିକାଲ ଷ୍ଟ୍ରାଟେଜି ଉପରେ ମଧ୍ୟ ଗଭୀର ପ୍ରଭାବ ପଡ଼ିବ

ଇତିହାସରେ ପ୍ରଥମ ଥର ପାଇଁ ଭାରତ ବିଦେଶରେ ଥିବା କୌଣସି ବନ୍ଦରର ପରିଚାଳାନା କରିବାକୁ ଡିଲ୍କରିଥିଲା କିନ୍ତୁ ଆମେରିକାର ଏହି ନୂଆ ନିଷ୍ପତ୍ତି ଭାରତର ଚୁକ୍ତିକୁ ବିପଦ ଭିତରକୁ ଟାଣିଆଣିଛି ଚାବାହାର ପୋର୍ଟ ଭାରତ ପାଇଁ ଏକ ରଣନୀତିକ ସମ୍ପତ୍ତି କାରଣ ଏହାକୁ ଚୀନ୍‌- ପାକିସ୍ତାନର ଗ୍ବାଦର ବନ୍ଦରର ବିକଳ୍ପ ଭାବରେ ଦେଖାଯାଇଥାଏ ହେଲେ ଆମେରିକାର ପ୍ରତିବନ୍ଧକ କାରଣରୁ ଏହି ବନ୍ଦରର ପରିଚାଳନା ଏବଂ ବିକାଶରେ ବାଧା ସୃଷ୍ଟି ହୋଇପାରେ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି

ଚାବାହାର ପୋର୍ଟ ଇଣ୍ଟରନ୍ୟାସନାଲ ନର୍ଥ-ସାଉଥ୍ ଟ୍ରାନ୍ସପୋର୍ଟ କରିଡର ଅର୍ଥାତ INSTCର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଯାହା ଭାରତ, ଇରାନ, ରୁଷ ଏବଂ ୟୁରୋପ ମଧ୍ୟରେ ବାଣିଜ୍ୟକୁ ବଢ଼ାଇବା ପାଇଁ ପ୍ରସ୍ତୁତ କରାଯାଇଛି ଏହି ପ୍ରକଳ୍ପ ଦ୍ବାରା କେବଳ ଯେ, ମାଲ ପରିବହନ ଶସ୍ତା ହୋଇଥାଏ ତାହା ନୁହେଁ ବରଂ ସମୟ ମଧ୍ୟ କମ୍ ଲାଗିଥାଏ ପ୍ରତିବନ୍ଧକ କାରଣରୁ ଏହି କରିଡରର ବିକାଶରେ ବିଳମ୍ବ ହୋଇପାରେ ଯହା ଭାରତ ପାଇଁ ଏକ ବଡ଼ ରଣନୀତିକ ଏବଂ ଆର୍ଥିକ କ୍ଷତି ହେବ ୭ ହଜାର କିଲୋମିଟର ଲମ୍ବ ଏହି କରିଡର ଦ୍ବାରା ଭାରତ ଇରାନରୁ ନେଇ ଆଫଗାନିସ୍ତା, ଅଜରବାଇଜାନ, ରୁଷ, ଆର୍ମେନିଆ, ମଧ୍ୟ ଏସିଆ ଏବଂ ୟୁରୋପ ସହ ମଧ୍ୟ ନିଜ କାରବାର ଜାରି ରଖିଛି

ଚାବାହାର ବନ୍ଦର ଦ୍ବାରା ଭାରତ ଆଫଗାନିସ୍ତାନକୁ ୨୦ ହଜାର ଟନ୍ ଗହମ ଏବଂ ଇରାନକୁ କୀଟନାଶକ ଭଳି ସହାୟତା ପଠାଇଥିଲା ପ୍ରତିବନ୍ଧକ କାରଣରୁ ଏଭଳି ବାଣିଜ୍ୟିକ ଗତିବିଧିରେ ହ୍ରାସ ହୋଇପାରେ ଯାହାଦ୍ବାରା ଭାରତର କ୍ଷେତ୍ରୀୟ ଆର୍ଥିକ ପ୍ରଭାବ କମ୍ ହୋଇପାରେ ଇରାନ୍ଦୀର୍ଘ ଦିନରୁ ଭାରତର ପରସ୍ପର ସହଯୋଗୀ ଭାବେ କାମ କରି ଆସୁଛି ଆଉ ଏହି କାରଣରୁ ଭାରତ ୨୦୦୩ରେ ଚାବାହାରକୁ ବିକଶିତ କରିବାରେ ସହଯୋଗ କରିବା ପ୍ରସ୍ତାବ ରଖିଥିଲା ଏହା ପରେ ୨୦୧୬ରେ ପୋର୍ଟକୁ ବିକଶିତ କରିବା ପାଇଁ ଇରାନ ସହ ଏକ ବୁଝାମଣା କରାଯାଇଥିଲା ଯାହା ବାର୍ଷିକ ଭାବେ ରିନ୍ୟୁ କରାଯାଉଛି ହେଲେ ୨୦୨୪ରେ ୧୦ ବର୍ଷ ପାଇଁ ଚୁକ୍ତି କରାଯାଇଥିଲା କିନ୍ତୁ ଏବେ ଯଦି ପ୍ରତିବନ୍ଧକ କାରଣରୁ ଭାରତ ପଛକୁ ହଟୁଛି ତେବେ​‌ ଇରାନ ସହ ସମ୍ପର୍କ ପ୍ରଭାବିତ ହୋଇପାରେ

ଭାରତ ଚାବାହାର ପୋର୍ଟରୁ ଆଫଗାନିସ୍ତାନକୁ ଗହମ, ବାସୁମତୀ ଚାଉଳ, ଚାହା, ଚିନି, ଔଷଧ ଏବଂ ଯନ୍ତ୍ରପାତି ପଠାଇଥାଏ ଏହି ବନ୍ଦରରୁ ୨୦୨୩ରେ ଭାରତ ଆଫଗାନିସ୍ତାନକୁ ୨୦ ହଜାର ଟନ୍ ଗହମ ପଠାଇଥିଲା ସେହିଭଳି ଇରାନରୁ ଭାରତ, ଡ୍ରାଏ ଫ୍ରୁଟ୍ସ,, ସେଓ, ନାସପାତୀ, ଖଜୁରୀ, ବାଦାମ, ମେଥାନଲ, ଟେଲ୍ୟୁନ, କ୍ରୁଡ ଅଏଲ, ଲିକ୍ବିଡ ବ୍ୟୁଟେନ, ପ୍ରୋପେନ ଏବଂ ମିନେରାଲ ଆଧାରିତ ଅଏଲ କିଣିଥାଏ

ଆମେରିକାର ପ୍ରତିବନ୍ଧକ ସିଧାସଳଖ ଚୀନ୍ଏବଂ ପାକିସ୍ତାନକୁ ଫାଇଦା ପହଞ୍ଚାଇବ ଚାବାହାର ବନ୍ଦରର ବିକାଶ ଯଦି ବନ୍ଦ ହେଲା ତେବେ​‌ ପାକିସ୍ତାନର ଗ୍ବାଦର ବନ୍ଦର ଏବଂ ଚୀନ୍ର କ୍ଷେତ୍ରୀୟ ମହତ୍ବାକାଂକ୍ଷୀକୁ ବଳ ମିଳିପାରେ ଗ୍ବାଦର ବନ୍ଦର ଏପର୍ଯ୍ୟନ୍ତ ଏହାର ଉଦ୍ଦେଶ୍ୟରେ ସଫଳ ହୋଇନାହିଁ କିନ୍ତୁ ଚାବାହାରର ବିଫଳତାରୁ ତାକୁ ଫାଇଦା ମିଳିପାରେ ପୂର୍ବରୁ ହିଁ ଟ୍ରମ୍ପ ଟାରିଫ୍ର ଚାଲେଞ୍ଜ କରୁଥିବା ଭାରତକୁ ଏବେ ଏହି ନୂଆ ଅସୁବିଧା ସହ ଲଢ଼ିବାକୁ ହେବ ଏଥିପାଇଁ ଆମେରିକା ପକ୍ଷ ସହ କଥା କରି ରାସ୍ତା ବାହାର କରିବାକୁ ହେବ

ଟ୍ରମ୍ପଙ୍କ ଅଧିକ ଚାପର ଅର୍ଥ ସବୁବେଳେ ବେଜିଂ ପାଇଁ ଲାଭ ଦେଇଛି ଆଉ ଏହାର ମୂଲ୍ୟ ଭାରତକୁ ଦେବାକୁ ପଡ଼ୁଛି