ବାଉଁଶୁଣୀ, ୧୬/୧୦ : ଗୁରୁବାର ଅପରାହ୍ନ ୩ଘଣ୍ଟା ସମୟରେ ଜାତୀୟ ରାଜପଥ ନଂ ୫୭ର ବାଉଁଶୁଣୀ ଛକ ନିକଟରେ ଏକ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି l
ସୂଚନା ଅନୁସାରେ, ମନମୁଣ୍ଡା ଥାନା ରକ୍ସା ଗ୍ରାମର ସୁଭମ୍ ରାଜହଂସ, ଶୀତଳ ରାଜହଂସ ଓ ମନଜିତ ରାଜହଂସ ଏକ ବାଇକ କଲେଜ ପଟରୁ ଘରକୁ ଫେରୁଥିବାବେଳେ ବାଉଁଶୁଣୀ ଛକ ନିକଟରେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା l ସ୍ଥାନୀୟ ଲୋକେ ସମସ୍ତ ୩ଗୁରୁତରଙ୍କୁ ଉଦ୍ଧାର କରି ଅଗ୍ନିଶମ ବାହିନୀ ଓ ପୋଲିସ ସହାୟତାରେ ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ବାଉଁଶୁଣୀ ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।