ଢେଙ୍କାନାଳ, ୭/୧୦ : ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ବାଇକ୍। ଅଳ୍ପକେ ବର୍ତ୍ତିଲେ ଚାଳକ। ଢେଙ୍କାନାଳ ସହରରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଏଭଳି ଘଟଣା ଘଟିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। 

ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀପୂଜା ଆରମ୍ଭ ହୋଇଯାଇଛି। ଆରମ୍ଭ ଦିନରୁ ସହରରେ ନାହିଁ ନଥିବା ଭିଡ଼ ଲାଗି ରହିଛି। ଏହାରି ମଧ୍ୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଢେଙ୍କାନାଳ ସହର ଚନ୍ଦନ ବଜାର ପଞ୍ଜାବ ନେସନାଲ ବ୍ୟାଙ୍କ ସମୁଖରେ ଆଜି ପୂର୍ବାହ୍ନରେ ଏକ ବାଇକ ହୁ ହୁ ହୋଇ ଜଳି ଯାଇଛି। ଲୋକେ ଦେଖି ଚାଳକଙ୍କୁ କହିବାରୁ ସେ ଗାଡ଼ିରୁ ଡେଇଁ ପଡି ଜୀବନ ବଞ୍ଚାଇଛନ୍ତି। ବାଇକଟି ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇଯାଇଛି। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।