ନୂଆଦିଲ୍ଲୀ: ଆଗାମୀ ସେପ୍ଟେମ୍ବର ୧୭-୧୮ ତାରିଖରେ ଏକ ଦୁର୍ଲଭ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଘଟିବ। ଯାହାକୁ "ବ୍ଲଡ ମୁନ୍" ବୋଲି ମଧ୍ୟ କୁହାଯାଏ। ଏହି ଖଗୋଳୀୟ ଘଟଣା ସମୟରେ ଚନ୍ଦ୍ର ଲାଲ ରଙ୍ଗରେ ଦୃଶ୍ୟମାନ ହେବ। ଯାହା ପୃଥିବୀର ଛାୟା ଚନ୍ଦ୍ର ଉପରେ ପଡ଼ିବା ଯୋଗୁଁ ଘଟିଥାଏ। ତେବେ ଦୁଃଖର କଥା, ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ।

କେଉଁଠାରେ ହେବ ଦୃଶ୍ୟମାନ?

ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆମେରିକା, ୟୁରୋପ, ଆଫ୍ରିକା ଓ ମଧ୍ୟ ଏସିଆର କିଛି ଅଂଶରେ ଦୃଶ୍ୟମାନ ହେବ। ଭାରତୀୟ ସମୟ ଅନୁସାରେ ଏହା ସେପ୍ଟେମ୍ବର ୧୮ ତାରିଖ ସକାଳ ପ୍ରାୟ ୬ଟା ୧୨ରୁ ୭ଟା ୧୬ ମଧ୍ୟରେ ହେବକିନ୍ତୁ ଭାରତରେ ଏହା ଦେଖାଯିବ ନାହିଁ। କାରଣ ଦିନ ସମୟ ହୋଇଥିବାରୁ ଏହା ଖାଲି ଆଖିର ଦୃଶ୍ୟମାନ ହେବ ନାହିଁ।

କାହିଁକି ଦେଖାଯାଏ ବ୍ଲଡ ମୁନ୍ ?

ଚନ୍ଦ୍ରଗ୍ରହଣ ସମୟରେ ପୃଥିବୀର ବାୟୁମଣ୍ଡଳ ସୂର୍ଯ୍ୟର କିଛି ଆଲୋକକୁ ଚନ୍ଦ୍ର ଆଡ଼କୁ ପ୍ରତିଫଳିତ କରେ। ଯାହାଫଳରେ ଚନ୍ଦ୍ର ଲାଲ ରଙ୍ଗରେ ଦେଖାଯାଇଥାଏ। ଏହି ଘଟଣାକୁ "ବ୍ଲଡ ମୁନ୍" କୁହାଯାଏ।

ଭାରତୀୟ କଣ କରିପାରିବେ?

ଯେହେତୁ ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଆପଣ ଏହାକୁ ଅନଲାଇନ୍ ଲାଇଭ୍ ଷ୍ଟ୍ରିମ୍ ମାଧ୍ୟମରେ ଦେଖିପାରିବେ। ବିଭିନ୍ନ ଖଗୋଳୀୟ ସଂସ୍ଥା ଓ ଓ୍ଵେବସାଇଟ୍ ଏହାର ସିଧାସଳଖ ପ୍ରସାରଣ କରିବେ।

ଏହି ଚନ୍ଦ୍ରଗ୍ରହଣ ଖଗୋଳ ପ୍ରେମୀଙ୍କ ପାଇଁ ଏକ ଅଦ୍ଭୁତ ଅବସର ପ୍ରଦାନ କରିଛି।  ଯଦିଓ ଭାରତରେ ଏହି ତମତ୍କାର ଖଗୋଳିୟ ପ୍ରକ୍ରିୟା ଦେଖାଯିବ ନାହିଁ, ଆପଣ ଏହାର ସୌନ୍ଦର୍ଯ୍ୟକୁ ଡିଜିଟାଲ ମାଧ୍ୟମରେ ଉପଭୋଗ କରିପାରିବେ।