ଭୁବନେଶ୍ଵର, ୧୩/୧୦ : ଯୁବକଙ୍କୁ ପଥରରେ ଛେଚି ହତ୍ୟା ! ଡ୍ରେନ୍ କଡ଼ରୁ ରକ୍ତାକ୍ତ ମୃତଦେହ ଉଦ୍ଧାର। ଭୁବନେଶ୍ଵର ଚନ୍ଦ୍ରଶେଖରପୁର ପାୱାର ଗ୍ରୀଡ୍ ପଛପଟ ନ୍ୟୁ ମେଫେୟାର ସମ୍ମୁଖ ଡ୍ରେନ୍ କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ସୂଚନାନୁଯାୟୀ, ଚନ୍ଦ୍ରଶେଖରପୁର ପାୱାର ଗ୍ରୀଡ୍ ପଛପଟ ନ୍ୟୁ ମେଫେୟାର ସମ୍ମୁଖ ଡ୍ରେନ୍ କଡ଼ରେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବକ ଜଣଙ୍କ ସମ୍ପୂର୍ଣ୍ଣ ଉଲଗ୍ନ ଥିବା ବେଳେ ତାଙ୍କ ମୁଣ୍ଡ ପାଖରେ ଦୁଇଟି ରକ୍ତ ଭିଜା ପଥର ପଡ଼ିଛି। ପ୍ରାରମ୍ଭିକ ତଦନ୍ତରୁ ହତ୍ୟା ସନ୍ଦେହ କରାଯାଉଛି। ଯୁବକଙ୍କ ପରିଚୟ ମିଳିନାହିଁ।