ବଲାଙ୍ଗିର, ୬/୯ : ବଲାଙ୍ଗୀର ଜିଲ୍ଲା ଟିଟଲାଗଡ଼ ଓଭର ବ୍ରିଜ୍ ଉପରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତକଙ୍କ ବେକରେ ପ୍ଲାଷ୍ଟିକ୍ ରଶି ଲାଗିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଏହା ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ ରହିଛି।
ସୂଚନାନୁଯାୟୀ, ଶନିବାର ସକାଳେ ବଲାଙ୍ଗୀର ଜିଲ୍ଲା ଟିଟଲାଗଡ଼ ଓଭର ବ୍ରିଜ୍ ଉପରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଟିଟଲାଗଡ଼ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଯୁବକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ଆଜାଦ ମେହେର (ପପୁ) ବୋଲି ଜଣାପଡ଼ିଛି। ପପୁ ସ୍ଥାନୀୟ ହାଟପଦାରେ ଠେଲାରେ ବିଭିନ୍ନ ସାମଗ୍ରୀ ବିକ୍ରି କରୁଥିଲେ। ଗତକାଲି ଓଭର ବ୍ରିଜ୍ ତଳେ ସ୍ତ୍ରୀ ସହ ପାଟିତୁଣ୍ଡ ହେବାପରେ ବିଳମ୍ଵିତ ରାତି ଯାଏଁ ବୁଲୁଥିଲେ। ଆଜି ସକାଳୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏହା ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ ରହିଛି।