ପାଟଣାଗଡ଼, ୧।୧୧ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ତେଣ୍ଡାପଦର ପଞ୍ଚାୟତରେ ଚାଞ୍ଚଲ୍ୟ। ରତାଖଖ୍ତି  ଗାଁ ନିକଟ ଜଙ୍ଗଲରୁ ହାଡ଼ କଙ୍କାଳ ଠାବ। ଗୋଚର ଜଙ୍ଗଲ ଜମିରେ ଏକ କଙ୍କାଳ ପଡ଼ିଥିବା ଆଜି ଗ୍ରାମବାସୀ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ୍ କରୁଛି। ଏହି କଙ୍କାଳଟି ଜଣେ ମଣିଷର ନା ଆଉ କହାର ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ତଦନ୍ତ ପରେ ଜଣାପଡ଼ିବ ବୋଲି କୁହାଯାଉଛି।