​​​​​​​ହରଭଙ୍ଗା,୧୪।୧୦ : ରାଜ୍ୟ ତୀରନ୍ଦାଜ ସଂଘ ତରଫରୁ ରବିବାର ଭୁବନେଶ୍ୱର କିସରେ ରାଜ୍ୟସ୍ତରୀୟ ତୀରନ୍ଦାଜ ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବୌଦ୍ଧ ଜିଲ୍ଲାର ଟେନିଶା ମେହେର ସବଜୁନିୟର ରିକର୍ଭ ରାଉଣ୍ଡ ରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ତାଙ୍କର ସାନଭାଇ ଦୁର୍ଗାଦତ୍ତ ମେହେର ସବଜୁନିୟର ଇଣ୍ଡିଆନ ରାଉଣ୍ଡରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ସେମାନେ  ଆସନ୍ତା ନଭେମ୍ବର ୨୨ ରୁ ୩୦ ପର୍ଯ୍ୟନ୍ତ ଅରୁଣାଚଳ ପ୍ରଦେଶର ଇଟାନଗରରେ ହେବାକୁ ଥିବା ଜାତୀୟସ୍ତର ତୀରନ୍ଦାଜ  ପ୍ରତିଯୋଗିତାରେ ଭାଗନେବା ପାଇଁ ଉତ୍ତୀର୍ଣ ହୋଇଛନ୍ତି ।

ବର୍ତ୍ତମାନ ଟେନିଶା ମେହେର ଓଡ଼ିଶା ସରକାରଙ୍କ ରାଜ୍ୟ କ୍ରୀଡା ଛାତ୍ରାବାସ ସୁନ୍ଦରଗଡ ଓ   ଦୁର୍ଗାଦତ୍ତ ମେହେର ଧରଣୀଧର କ୍ରୀଡା ଛାତ୍ରାବାସ କେନ୍ଦୁଝରରେ ରହି ତୀରନ୍ଦାଜ ପ୍ରଶିକ୍ଷଣ ନେଉଛନ୍ତି । ଉଭୟ ଭାଇ ଭଉଣୀଙ୍କ ସଫଳତାରେ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଉଭୟ ଖେଳାଳି ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଂଘରେ ପୂର୍ବରୁ ରହି ପ୍ରଶିକ୍ଷଣ ନେଇ ଅନେକ ଥର କୃତିତ୍ୱ ସହ ବୌଦ୍ଧ ଜିଲ୍ଲାକୁ ଗର୍ବିତ  କରିଛନ୍ତି ବୋଲି ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଂଘର ସଭାପତି ବସନ୍ତ କୁମାର ସାହୁ ଓ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଙ୍ଘର ସମ୍ପାଦକ ତଥା ରାଜ୍ୟ ତୀରନ୍ଦାଜ ସଂଘ,ଓଡ଼ିଶାର ଯୁଗ୍ମ ସମ୍ପାଦକ ଅର୍ଜୁନ କଅଁର ମତପ୍ରକାଶ କରିଛନ୍ତି । ଟେନିଶା ଓ ଦୁର୍ଗାଦତ୍ତ  ବୌଦ୍ଧ ଜିଲ୍ଲା ବୁଟୁପାଲିର ଯୁବ ସମାଜସେବୀ ଇନ୍ଦ୍ରମଣି ମେହେର ଓ ସନ୍ତୋସିନୀ ମେହେରଙ୍କ ପୁତ୍ର ଓ କନ୍ୟା ଅନାଦି ମେହେର ଓ ଗୁଣବତୀ ମେହେରଙ୍କ ନାତି ନାତୁଣୀ ଅଟନ୍ତି ।