ପରଜଙ୍ଗ, ୮/୧୧: ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା। ୪ ଯାତ୍ରୀ ଗୁରୁତର। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୧୪୯ ନଂ ଜାତୀୟ ରାଜପଥର ଦୋମୁହାଁଣି ଗାଁ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ଓଏସଆରଟିସି ବସକୁ ଏକ ଆଇରନ ବୋଝେଇ ଟ୍ରକ୍ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୪ ଜଣ ବସ୍ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ପ୍ରଥମେ ପରଜଙ୍ଗ ଓ ପରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତମାନେ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, ଓଏସଆରଟିସି ବସଟି ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା। ପରଜଙ୍ଗ ଥାନା ୧୪୯ ନଂ ଜାତୀୟ ରାଜପଥର ଦୋମୁହାଁଣି ଗାଁ ଛକ ନିକଟରେ ଝାରସୁଗୁଡାରୁ ଅନୁଗୁଳ ଯାଉଥିବା ଏକ ଟ୍ରକ୍ ସମ୍ମୁଖରୁ ବସକୁ ଧକ୍କା ଦେଇଥିଲା। ବସରେ ଥିବା ୩୯ ଜଣ ଯାତ୍ରୀଙ୍କ ମଧ୍ୟରୁ ୪ ଜଣ ଯାତ୍ରୀ ଗୁରୁତର ହୋଇଥିଲେ। ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି। ଗୁରୁତରଙ୍କୁ ପ୍ରଥମେ ପରଜଙ୍ଗ ଓ ପରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତମାନେ ଭୁବନେଶ୍ୱରର ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ପରଜଙ୍ଗ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।