ବାଲିପାଟଣା, ୨୩/୦୫: ଚୋରକୁ ଧରାଇ ଦେଲା ସିସିଟିଭି ପୁଟେଜ୍ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରୁ ହୋଇଥିବା ଚୋରି କେସ୍ରେ ଚୋର ବନ୍ଧା ହୋଇଛି । ଗିରଫ ଅଭିଯୁକ୍ତ ହେଉଛି ସିରିପୁର ଗାଁର ଗଗନ ପାଗଡ଼ । ତା' ନିକଟରୁ ୧୧ ହଜାର ଟଙ୍କା, କବାଟ ଭାଙ୍ଗିବାରେ ବ୍ୟବହୃତ ଲୁହା ରଡ୍ ଓ ଚୋରି ବେଳେ ପିନ୍ଧିଥିବା ୨ଟି ଗାମୁଛା ଜବତ କରିଛି ପୁଲିସ ।
ସୂଚନା ମୁତାବକ, ଗତ ୧୬ ତାରିଖରେ ଜଣେ ଦୁର୍ବୃତ୍ତ ସିରିପୁର ନିକଟରେ ଥିବା ଏକ ବେସରକାରୀ ବିଦ୍ୟାଳୟ ଓ ଏକ କାଠ ଦୋକାନରୁ ତାଲା ଭାଙ୍ଗି ଆସବାବପତ୍ର ଚୋରି ସହ ନଗଦ ଟଙ୍କା ଲୁଟି ନେଇଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରିଥିଲା । ସିସିଟିଭି ଭିଜୁଆଲ ଆଧାରରେ ପୁଲିସ୍ ଚୋରକୁ ଗିରଫ କରିଛି । ଗିରଫ ଚୋର ସିରିପୁର ଗାଁର ବୋଲି ଜଣାପଡ଼ିଛି । ତା' ନିକଟରୁ ୧୧ ହଜାର ଟଙ୍କା, କବାଟ ଭଙ୍ଗିବାରେ ବ୍ୟବହୃତ ଲୁହା ରଡ୍ ଓ ଚୋରି ବେଳେ ପିନ୍ଧିଥିବା ୨ଟି ଗାମୁଛା ଜବତ ହୋଇଛି ।