ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଫେବ୍ରୁଆରୀ ୧୪ରେ ଚାଷୀ-ସରକାର ବୈଠକ, ଏମ୍‌ଏସ୍‌ପିକୁ ଆଇନଗତ ଗ୍ୟାରେଣ୍ଟି ସମେତ ୧୨ଟି ଦାବି ଉପରେ ହେବ ଆଲୋଚନା

Published By : Prameya | January 20, 2025 8:31 AM

ନୂଆଦିଲ୍ଲୀ,୨୦/୦୧: ଆସନ୍ତା ଫେବ୍ରୁଆରୀ ୧୪  ତାରିଖରେ ଚଣ୍ଡିଗଡରେ ଚାଷୀ ଓ ସରକାରଙ୍କ ମଧ୍ୟରେ ବୈଠକ  ଅନୁଷ୍ଠିତ ହେବ । ବୈଠକରେ ବିଭିନ୍ନ ଚାଷୀ ନେତା, କେନ୍ଦ୍ର  ସରକାର ଓ ପଞ୍ଜାବ ସରକାରଙ୍କ ମନ୍ତ୍ରୀ ସାମିଲ ହେବେ । ଏଥିରେ ଚାଷୀଙ୍କ ମୁଖ୍ୟ ଦାବି ସବୁ ଫସଲର ଏମ୍‌ଏସ୍‌ପିକୁ  ଆଇନଗତ ଗ୍ୟାରେଣ୍ଟି ସମେତ ୧୨ଟି ଦାବି ଉପରେ ଆଲୋଚନା  କରାଯିବ । କେନ୍ଦ୍ର ସରକାର ଆନ୍ଦୋଳନ ଜାରି ରଖିଥିବା ଚାଷୀଙ୍କ  ସହ ଆଲୋଚନା କରିବାକୁ ରାଜି ହୋଇଛନ୍ତି ।

ରବିବାର କେନ୍ଦ୍ର  ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରିୟ ରଞ୍ଜନ ହରିୟାଣା-ପଞ୍ଜାବର ଖନୌରୀ ସୀମାରେ ଗତ ନଭେମ୍ବର ୨୬ ତାରିଖରୁ ଆମରଣ ଅନଶନ ଚଳାଇଥିବା ଚାଷୀ  ନେତା ଜଗଜୀତ ସିଂହ ଡଲେୱାଲଙ୍କୁ ଭେଟିଥିଲେ । ଚାଷୀଙ୍କ  ଦାବି ଉପରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିବା ନେଇ  ଜଣାଇବା ପରେ ଡଲେୱାଲ ମେଡିକାଲ ଚିକିତ୍ସା ନେବାକୁ ରାଜି  ହୋଇଛନ୍ତି । ଫଳରେ ତାଙ୍କ ଦେହ ଗୁରୁତର ହୋଇପଡିଥିବାରୁ ତାଙ୍କୁ ଗ୍ଲୁକୋଜ ଦିଆଯାଇଛି । ସେପଟେ ୭୦ ବର୍ଷୀୟ  ଡଲେୱାଲଙ୍କୁ ସମର୍ଥନ କରି ଅନଶନରେ ବସିଥିବା ୧୨୧ ଜଣ  ଚାଷୀ ରବିବାର ପୁଲିସ ଆଇଜିଙ୍କ ହାତରୁ ଫଳରସ ପିଇବା ପରେ  ଅନଶନ ଭଙ୍ଗ କରିଛନ୍ତି । ତେବେ ଏମ୍‌ଏସ୍‌ପିକୁ ଆଇନଗତ  ଗ୍ୟାରେଣ୍ଟି ନ ମିଳିବା ପର୍ଯ୍ୟନ୍ତ ଅନଶନ ଚାଲୁ ରହିବ ବୋଲି ଚାଷୀ ନେତାମାନେ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.