ଭୁବନେଶ୍ବର, ୨୬/୧୦ : ଓଡ଼ିଆ କ୍ରୀଡ଼ାବିତ୍ ପ୍ରୀତିସ୍ମିତା ଭୋଇଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ବାହାମା'ରେ ଅନୁଷ୍ଠିତ ତୃତୀୟ ଯୁବ ଏସୀୟ କ୍ରୀଡ଼ାର ୪୪ କେଜି ବର୍ଗରେ ସ୍ବର୍ଣ୍ଣ ପଦକ ଜିତିବା ସହ କ୍ଲିନ୍ ଆଣ୍ଡ୍ ଜର୍କରେ ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିଥିବା ଓଡ଼ିଆ କ୍ରୀଡାବିତ୍ ପ୍ରୀତିସ୍ମିତା ଭୋଇଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।

ତାଙ୍କର ଏହି ଉଲ୍ଲେଖନୀୟ ପ୍ରଦର୍ଶନ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଏବଂ ଗୌରବର ବିଷୟ। ପ୍ରୀତିସ୍ମିତାଙ୍କର ଉଜ୍ଜ୍ଵଳ ଭବିଷ୍ୟତ ଓ ଉତ୍ତରୋତ୍ତର ଉନ୍ନତି କାମନା କରୁଛି।