ନୂଆଦିଲ୍ଲୀ ୨୯/୦୯: ଲାଞ୍ଚ ନେବା ମାମଲାରେ ଚୀନ୍ର ପୂର୍ବତନ କୃଷି ମନ୍ତ୍ରୀ ତାଙ୍ଗ ରେନଜିୟାନଙ୍କୁ ରବିବାର ମୃତ୍ୟୁ ଦଣ୍ଡାଦେଶ ହୋଇଛି । ସେ ପ୍ରାୟ ୩୩୭ କୋଟି ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ଦୁର୍ନୀତି ମାମଲାରେ ପୂର୍ବରୁ ହୋଥିଲେ ସସ୍ପେଣ୍ଡ ହୋଇଥିଲେ
ତାଙ୍ଗ ଗ୍ରାମାଞ୍ଚଳ ମାମଲା ସମ୍ପର୍କିତ ବିଭାଗ ଦାୟିତ୍ୱରେ ମଧ୍ୟ ଥିଲେ । ଚାଙ୍ଗଚୁନ୍ର ଜନ ଅଦାଲତ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ ହେଁ ୨ ବର୍ଷର ସର୍ତ୍ତମୂଳକ ଆଶ୍ୱସ୍ତି ଦେଇଛନ୍ତି । ଅର୍ଥାତ୍ ୨ ବର୍ଷ ଭିତରେ ଯଦି ସେ କୌଣସି ଦୁର୍ନୀତି କିମ୍ବା ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତ ନ ରୁହନ୍ତି ତେବେ ମୃତ୍ୟୁଦଣ୍ଡକୁ କୋହଳ କରାଯାଇ ଆଜୀବନ କାରାଦଣ୍ଡରେ ପରିଣତ କରାଯିବ । ତାଙ୍ଗ୍ ଅପରାଧ ସ୍ୱୀକାର କରିଥିବାରୁ ଏବଂ ବେଆଇନ ଭାବେ ଅର୍ଜନ କରିଥିବା ଧନକୁ ଫେରାଇ ଦେଇଥିବାରୁ ଅଦାଲତ ତାଙ୍କୁ ଏହି ଆଶ୍ୱସ୍ତି ଦେଇଛନ୍ତି । ତେବେ ତାଙ୍କୁ ଆଜୀବନ ରାଜନୈତିକ ଅଧିକାରରୁ ବଞ୍ଚିତ ରଖାଯିବ ଏବଂ ତାଙ୍କର ସମସ୍ତ ବ୍ୟକ୍ତିଗତ ସମ୍ପତ୍ତିକୁ ଜବତ କରାଯିବ ବୋଲି କୋର୍ଟ ଆଦେଶ ଦେଇଛନ୍ତି । ବେଆଇନ ଭାବେ ଅର୍ଜିତ ଅର୍ଥକୁ ଜାତୀୟ ରାଜକୋଷରେ ଜମା କରାଇବେ ।
ସୂଚନା ଅନୁସାରେ, ତାଙ୍ଗ୍ ୨୦୦୭ରୁ ୨୦୨୪ ମଧ୍ୟରେ କେନ୍ଦ୍ର ଏବଂ ସ୍ଥାନୀୟ ସ୍ତରରେ ନିଜ ବିଭିନ୍ନ ପଦବୀର ଦୁରୁପଯୋଗ କରି ବ୍ୟବସାୟିକ, ଠିକା କାମ ଏବଂ ନିଯୁକ୍ତି ପ୍ରକ୍ରିୟା ଆଦି ମାମଲାରେ ଲାଞ୍ଚ ନେଇ ଅନ୍ୟମାନଙ୍କୁ ଲାଭ ଦେଇଥିବା ଅଭିଯୋଗ ରହିଥିଲା । ଲାଞ୍ଚ ବାବଦରେ ସେ ଅର୍ଥ ଏବଂ ମୂଲ୍ୟବାନ ଜିନିଷ ନେଇଥିଲେ ।