ବ୍ରହ୍ମପୁର,୦୬ା୧୦: ପାର୍ବଣ ଆରମ୍ଭରୁ ଅଶାନ୍ତ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଅଞ୍ଚଳ । ରାଜନୈତିକ ଶତ୍ରୁତାକୁ ନେଇ ଏହି ଥାନା ଅଂଚଳ ରକ୍ତରଞ୍ଜିତ ହୋଇଛି । ବାଉଳଝାଳୀ ପଞ୍ଚାୟତ ପୂର୍ବତନ ନାଏବ ସରପଞ୍ଚ  ତଥା କଂଗ୍ରେସ ନେତା କେ ରାଜେନ୍ଦ୍ର ରେଡି (୫୦)ଙ୍କୁ ବୀଭତ୍ସ ଭାବେ ହାଣି ହତ୍ୟା କରାଯାଇଛି ।

ସୂଚନା ମୁତାବକ, ବ୍ରହ୍ମପୁରରୁ ତାଙ୍କ ଘର ସାତପାଣ୍ଡିଆ ଫେରୁଥିବା ବେଳେ ରାତି  ୯ଟାରେ କଞ୍ଚୁଡୁ ଛକରେ କିଛି ଦୁବୃର୍ତ୍ତ ତାଙ୍କୁ ଅଟକାଇଥିଲେ । ସେ ଗାଡ଼ି ଛାଡ଼ି ଦୌଡ଼ିବାରୁ  ବିଲ ଭିତରେ ଗୋଡ଼ାଇ ଗୋଡ଼ାଇ ତାଙ୍କୁ  ହାଣିଥିଲେ । ବେକକୁ ଚେଟ ପରେ ଚୋଟ  ପକାଇ ମୁଣ୍ଡ ଗଣ୍ଡି ଅଲଗା କରିଦେଲେ । ଜୀବନ ଚାଲିଯିବା ପରେ ବି  ରାଗ ଶାନ୍ତ ହୋଇନଥିଲା । ତାଙ୍କ ପେଟକୁ ବି ଛୁରିରେ ଭୁସିଚାଲିଥିଲେ ।  ରାଜନୈତିକ ଶତ୍ରୁତାରୁ ଏହି କାଣ୍ଡ ଘଟିଥିବା କରିଛନ୍ତି ରାଜେନ୍ଦ୍ରଙ୍କ  ସମର୍ଥକ । ପୂର୍ବରୁ ତାଙ୍କୁ କିଛି ବିରୋଧୀ ଟାର୍ଗେଟ କରି ଆସୁଥିଲେ ।  ଶେଷରେ ଯାଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ପୁଲିସ ତଦନ୍ତ ଆରମ୍ଭ  କରିଛି । ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ ଚାଲିଛି ।