ଭୁବନେଶ୍ବର,୧୮/୦୯: ବିଧାନସଭାର ମୌସୁମୀ ଅଧିବେଶନ । ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ପରେ କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ । କଂଗ୍ରେସ ବିଧାୟକ ଦଳ ନେତା ନେତା ରାମଚନ୍ଦ୍ର କାଡାମ ବାଚସ୍ପଚିଙ୍କୁ ଅନାସ୍ଥ ପାଇଁ ଚିଠି ଦେଇଛନ୍ତି । କଂଗ୍ରେସ ୧୫ଲ ବିଧାୟକଙ୍କ ସହିତ ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏହାକୁ ସମର୍ଥନ ଦେଇଛନ୍ତି । ବିଧାନସଭା ସଚିବଙ୍କ ଜରିଆରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ ।
ସ୍ବଳ୍ପକାଳୀନ ମୌସୁମୀ ଅଧିବେଶନରେ ସରକାରଙ୍କୁ ଶାଣିତ ଆକ୍ରମଣ କରିବାକୁ ରଣନୀତି ତିଆରି କରିଛି କଂଗ୍ରେସ । ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଇବା, ସାର ସଙ୍କଟ ସମସ୍ୟାକୁ ବିଧାନସଭାରେ ଦୃଢ଼ ସ୍ୱରରେ ଉପସ୍ଥାପନ କରିବ କଂଗ୍ରେସ । ଗତକାଲି ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଗଣମାଧ୍ୟମକୁ କହିଥିଲେ, ରାଜ୍ୟରେ ନାରୀ ସୁରକ୍ଷିତ ନୁହନ୍ତି । ରାଜ୍ୟବାସୀ ବିଜେପିକୁ ଭରସା କରି ରାଜ୍ୟରେ ସରକାର ଗଢ଼ିବାର ସୁଯୋଗ ଦେବା ସହ ୨୦ ସାଂସଦ ଦେଇଥିଲେ । ମାତ୍ର ଏ ସରକାର ସବୁ କ୍ଷେତ୍ରରେ ଲୋକଙ୍କୁ ଅବହେଳା କରିଛନ୍ତି । ସବୁ କ୍ଷେତ୍ରରେ ବିଜେପି ସରକାର ବିଶ୍ୱାସ ହରାଇଛି । ତେଣୁ ଏହି ଅଧିବେଶନରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି ନେଇଛି । ତେବେ ଆଜି ମୌସୁମୀ ଅଧିବେଶନ ଆରମ୍ଭରେ ଶୋକ ପ୍ରସ୍ତାବ ପରେ କଂଗ୍ରେସ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି ।