କେନ୍ଦୁଝର ସଦର,୧୧/୯; ଗୋ-ଚାଲାଣ ଉପରେ ଭାରୀ ପଡ଼ୁଛନ୍ତି ଗୋ-ରକ୍ଷକ । ଗୁରୁବାର କେନ୍ଦୁଝର ସହରରୁ ଏକ ବେଆଇନ ଗୋରୁ ଗାଡ଼ିକୁ ଅଟକାଇଛନ୍ତି ଗୋ-ରକ୍ଷକ ସଂଘର କର୍ମକର୍ତ୍ତା । ୪୯ ନମ୍ବର ଜାତୀୟ ରାଜପଥ ଜୁଡ଼ିଆ ଘାଟି ନିକଟରୁ ଏକ ଟ୍ରକରେ ବେଆଇନ ଗୋରୁ ଚାଲାଣ ହେଉଥିବା ନେଇ ଖବର ମିଳିବା ପରେ  ଉକ୍ତ ଗାଡ଼ିକୁ ଅଟକାଇଥିଲେ ଗୋ-ରକ୍ଷକ କର୍ମକର୍ତ୍ତା । ପରେ ସଦର ଥାନାକୁ ଖବର ଦେଇଥିଲେ । ପୁଲସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ଜବତ ଗାଡ଼ିରୁ ୩୫ଟି ଗୋରୁ ଉଦ୍ଧାର କରାଯାଇଛି । ବଳଦ ଗୁଡ଼ିକୁ ସଦର ଥାନାରେ ରଖାଯାଇଛି  ।