କଟକ,୦୪/୧୦: କଟକରେ ଦୁର୍ଗାମେଢ଼ ଭସାଣି ଗଣ୍ଡଗୋଳ ଘଟଣା। ୬ ଜଣ ଗଣ୍ଡଗୋଳକାରୀଙ୍କୁ ବାନ୍ଧିଲା ପୁଲିସ। ଗିରଫ ନେଇ ଟୁଇନ୍ ସିଟି କମିଶନର ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି। ଏଥିସହିତ ସକାଳ ସାଢ଼େ ୯ଟା ସୁଦ୍ଧା ୧୦୦ରୁ ଅଧିକ ମେଢ଼ ବିସର୍ଜନ ସରିଥିବା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଆଜି ଭସାଣି ଶୋଭାଯାତ୍ରା ସଂପୂର୍ଣ୍ଣ ଶାନ୍ତିଶୃଙ୍ଖଳାର ସହ ହୋଇଥିଲା । କଟକର କୌଣସି ସ୍ଥାନରେ କୌଣସି ଅଘଟଣ ଘଟିନଥିଲା । ରାତି ୧.୨୦ ବେଳକୁ ପ୍ରାୟ ୭୦ଟି ମେଢ଼ ବିସର୍ଜନ ହୋଇସାରିଥିଲା । ଠିକ ସେହି ସମୟରେ ଦରଘା ବଜାର ଥାନା ସମ୍ମୁଖରେ ମେଢ଼ ଗୁଡ଼ିକ ଯାଉଥିଲା । ଏହି ସମୟରେ କୌଣସି କାରଣରୁ ମେଢ଼ର କିଛି ଅଂଶ ଭାଙ୍ଗି ଯାଇଥିଲା । ଏହାକୁ ନେଇ ଭାସୁଳୀ ସାହି ମେଢ଼ ନେଇ ଯାଉଥିବା ଯୁବକମାନେ ପୁଲିସ ଉପରକୁ ଟେକାପଥର ମାଡ଼ କରିଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗଣ୍ଡଗୋଳକାରୀଙ୍କୁ ଟେକାପଥର ଓ ବୋତଲ୍ ମାଡ଼ରେ ହୋଇଥିଲା। ଯେଉଁଥିରେ କଟକ ଡିସିପିଙ୍କ ସମେତ ୬ ଜଣ ଆହତ ହୋଇଥିଲେ ।ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଘଟଣାସ୍ଥଳରେ ଉତ୍ତେଜନାକୁ ପ୍ରକାଶ ପାଇବାରୁ ପୁଲିସ ଲାଠି ଚାର୍ଜ କରିଥିଲା । ହାତୀପୋଖରୀ ପାଖରେ କିଛି ପୂଜା କମିଟି ମେଢ଼ ଛାଡ଼ିକି ଚାଲିଯାଇଥିଲା। ସକାଳେ ପୁଲିସ ସହାୟତରେ କିଛି ମେଢ଼ ଗୁଡିକୁ ବିସର୍ଜନ କରାଯାଇଥିଲା ।ତେବେ ଏହି ଘଟଣାରେ ୬ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ୍ କରିଯିବା ସହ ଗିରଫ କରାଯାଇଛି। ସଂପୃକ୍ତ ଥିବା ଅନ୍ୟ ଗଣ୍ଡଗୋଳକାରୀଙ୍କୁ ଧାରିବା ପାଇଁ ତଦନ୍ତ ଚଳାଇଛି ପୁଲିସ। ଘଟଣାସ୍ଥଳରେ ଶାନ୍ତି ଫେରିବା ସହ ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ରହିଛି ବୋଲି ସିପି ସୁରେଶ ଦେବଦତ୍ତ ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।