ରାଉରକେଲା, ୨୧/୧୦ : ଅଜଣା ଗାଡ଼ି ଧକ୍କାରେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ। ସୁନ୍ଦରଗଡ଼ ଜିଲ୍ଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଗୋଇଭଙ୍ଗା ଠାରେ ଏହି ଦୁର୍ଘଟଣା ଘଟିଛି। ମୃତକ ଜଣଙ୍କ ଅମିର ନାଥ ଯାଦବ (୬୦ ବର୍ଷ)। 

ସୂଚନା ମୁତାବକ, ଗୋଇଭାଙ୍ଗା ଠାରେ ଥିବା ଏକ କାରଖାନାରେ ଅମିର ନାଥ ଯାଦବ କାମ କରନ୍ତି। ସେ କାରଖାନାରେ କାମ ସାରି ସାଇକେଲ ଯୋଗେ ଘରକୁ ଫେରୁଥିଲେ। କଲୁଙ୍ଗା-ଗୁରୁଣ୍ଡିଆ ରାସ୍ତାରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଦେଇଥିଲା। ଗୁରୁତର ଅବସ୍ଥାରେ ଅମିରଙ୍କୁ ଚିକିତ୍ସା ଲାଗି ରାଉରକେଲା ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।