କଟକ,୨/୯ : କଟକରେ ଏଥର ନିଶାମୁକ୍ତ ରୋଷଣୀ ଏବଂ ଡିଜେ ମୁକ୍ତ ଭସାଣି ପାଳିତ ହେବ। ଚଳିତ ବର୍ଷର ଦଶହରା ପର୍ବ ପାଇଁ କଟକିଆମାନଙ୍କ ଲାଗି ଏହି ସ୍ଲୋଗାନ ଦେଇଛି କମିଶନରେଟ ପୋଲିସ। ଆଜି ପୋଲିସ କମିଶନରଙ୍କ  ଦଶହରା ପ୍ରସ୍ତୁତି ବୈଠକରେ ଏହି ମତ ପ୍ରକାଶ ପାଇଛି । ତେବେ ହାଇକୋର୍ଟଙ୍କ ନିର୍ଦେଶ କାର୍ଯ୍ୟକାରୀ କରିବା ଏବଂ ଏକ ସୁରକ୍ଷିତ ବାତାବରଣ ଭିତରେ ପୂଜା ପାଳନ କରିବାକୁ ପୋଲିସ ବିଭାଗ କଟକି ମୁରବୀମାନଙ୍କୁ ନିବେଦନ କରିଛି।

ଏଥର ପର୍ଯ୍ୟାପ୍ତ ପରିମାଣର ଅସ୍ଥାୟୀ ଶୌଚାଳୟ ବସାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ତା’ବ୍ୟତିତ, ଭିଡ଼ ନିୟନ୍ତ୍ରଣ ପାଇଁ ଏଆଇ ଟେକନୋଲୋଜିର ପ୍ରୟୋଗ ଉପରେ ପୋଲିସ ଗୁରୁତ୍ୱ ଦେଇଛି। ସହରର ବିଭିନ୍ନ ସ୍ଥାନରେ ଆଉଟ ପୋଷ୍ଟ ବସାଇବା ସହ ଅପରାଧ ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ପୋଲିସ କମିଶନର କହିଛନ୍ତି।