ନୂଆଦିଲ୍ଲୀ : ଇଞ୍ଜିନିୟରିଂ ସେକ୍ଟରର ପ୍ରସିଦ୍ଧ କମ୍ପାନୀ ଲାର୍ସନ ଆଣ୍ଡ ଟୁବ୍ରୋ ( ଏଲ ଆଣ୍ଡ ଟି)କୁ କଡ଼ା ଝଟକା ଦେଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରୀ)। ସରକାର ୬ଟି ସବ୍‌ମେରାଇନ ( ବୁଡ଼ାଜାହାଜ) କିଣିବା ପାଇଁ ୭୦, ୦୦୦କୋଟି ଟଙ୍କାର ଟେଣ୍ଡର ବାହାର କରିଥିଲେ। ଏଥିପାଇଁ ଲାର୍ସନ ଆଣ୍ଡ ଟୁବ୍ରୋ ମଧ୍ୟ ବିଡ୍‌ ( ନିଲାମୀ ଡାକରା) ଲଗାଇ ଥିଲା। କିନ୍ତୁ ଡିଫେନ୍ସ ମିନିଷ୍ଟ୍ରୀର କହିବାନୁସାରେ, କମ୍ପାନୀ ସର୍ତ୍ତର ପାଳନ କରି ନାହିଁ। ଭାରତୀୟ ନୌସେନା ପ୍ରୋଜେକ୍ଟ ୭୫ ଇଣ୍ଡିଆ ଅନୁସାରେ, ୬ଟି ଏମିତି ବୁଡ଼ାଜାହାଜ କିଣିବାକୁ ଚାହୁଁଛି , ଯେଉଁଥିରେ ୩ ସପ୍ତାହ ଯାଏ ଜଳର ତଳେ ରହିବାର କ୍ଷମତା ଥିବ। 

ଏଏନଆଇ ମୁତାବିକ ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ଯେ, ଏଲଆଣ୍ଡଟି ସ୍ପେନିଶ କମ୍ପାନୀ Navantia ସହ ପ୍ରସ୍ତାବ ଦେଇ ଥିଲା, କିନ୍ତୁ ଏହା ନେଭିର ଆବଶ୍ୟକତାର ଅନୁରୂପ ନଥିଲା। ଏହି କାରଣରୁ ଏହାକୁ ଖାରଜ କରି ଦେଇଛି। ଏହି କମ୍ପାନୀ ନେଭିର ରଣନୀତିକ ସବମେରାଇନ ପ୍ରକଳ୍ପ ଗୁଡ଼ିକରେ ସାମିଲ ରହିଛି। 

ଏଲଆଣ୍ଡଟି ଓ ଏହାର ପାର୍ଟନର ସ୍ପେନ୍‌ରେ ନିଜର ମହତ୍ତ୍ୱପୂର୍ଣ୍ଣ ଏୟାର ଇଣ୍ଡିପେଣ୍ଡେଣ୍ଟ ପ୍ରପଲ୍ସନ ପ୍ରଣାଳୀର କାର୍ଯ୍ୟ ପ୍ରଣାଳୀକୁ ନୌସେନାର ଟିମ୍‌ ସାମନାରେ ପ୍ରଦର୍ଶିତ କରି ଥିଲା। କିନ୍ତୁ ନେଭି ଟେଣ୍ଡର ଡକ୍ୟୁମେଣ୍ଟରେ ନିଜର ଆବଶ୍ୟକତା ମୁତାବିକ ସିଷ୍ଟମର ଦାବି କରିଛି। ଏଲଆଣ୍ଡଟିର ବିଡ୍‌ ଖାରଜ ହେବା ପରେ ,ଏବେ ସରକାରୀ କମ୍ପାନୀ ମଝଗାଓଁ ଡକୟାର୍ଡ ହିଁ ଏହି କଣ୍ଟ୍ରାକ୍ଟକୁ ପାଇବାକୁ ବାକି ରହିଛି। ଏହାର ଜର୍ମାନୀର କମ୍ପାନୀ Thyssenakrupp Marine Systems ସହ ମିଶି ବିଡ୍‌ ଲଗାଇଛି। ଚାଇନା ନେଭିର ଖୁବ୍‌ ଜୋରରେ ଆଧୁନିକିକରଣ ମଧ୍ୟରେ ଭାରତ ମଧ୍ୟ ପରମାଣୁ ଓ ପାରମ୍ପରିକ ଉଭୟ ପ୍ରକାରର ଅନେକ ବୁଡ଼ାଜାହାଜ (ସବ୍‌ମେରାଇନ) ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି।  

ଉଲ୍ଲେଖନୀୟ ଯେ, ଏଲଆଣ୍ଡଟି ନିକଟରେ ନିଜର ଚେୟାରମ୍ୟାନ ତଥା ଏମଡି ଏସଏନ ସୁବ୍ରମଣ୍ୟମ୍‌ଙ୍କର ଏକ ବୟାନ କାରଣରୁ ଚର୍ଚ୍ଚାକୁ ଆସି ଥିଲା। ରେଡିଟ୍‌ରେ ଏହାର ଏକ ଭିଡ଼ିଓ ଆସିଥିଲା, ଯେଉଁଥିରେ ସେ କର୍ମଚାରୀଙ୍କୁ ସପ୍ତାହରେ ୯୦ଘଣ୍ଟା କାମ କରିବାର ପରାମର୍ଶ ଦେଉ ଥିଲେ। ସେ କହିଥିଲେ କି, ଯଦି  ପାରନ୍ତି ତ ରବିବାରରେ ମଧ୍ୟ କର୍ମଚାରୀଙ୍କୁ ଅଫିସ ଡକାଇ ତାଙ୍କୁ କାମ କରାନ୍ତି। ଭିଡ଼ିଓରେ ସେ କର୍ମଚାରୀଙ୍କୁ କହୁଛନ୍ତି , ଘରେ ବସି ଆପଣମାନେ କଣ କରୁଛ? ଆପଣ ନିଜ ପତ୍ନୀଙ୍କୁ କେତେ ସମୟ ଦେଖିବ ? ଚାଲ, ଅଫିସ୍‌ ଯାଅ ଓ କାମ କରିବା ଆରମ୍ଭ କର । ଏହି କାରଣରୁ ସେ ସୋସିଆଲ ମିଡ଼ିଆରେ ଖୁବ୍‌ ଟ୍ରୋଲ୍‌ ହୋଇ ଥିଲେ।