ଭଦ୍ରକ,୧୬/୦୯ : ଭଦ୍ରକରେ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ । ଆଜି ଭଦ୍ରକ ବାଇପାସ ଛକରୁ ସରକାର ନଗର ପର୍ଯ୍ୟନ୍ତ ରାସ୍ତା ଉଚ୍ଛେଦ ହୋଇଛି । ଯାହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଚାନ୍ଦବାଲି ଭଦ୍ରକ ରାଜ୍ୟ ରାଜପଥକୁ ଉତ୍ତ୍ୟକ୍ତ ଲୋକେ ଅବରୋଧ କରିବା ସହ ଜେସିବ ଆଗରେ ବସି ରହିଛନ୍ତି । ଏନେଇ ବ୍ୟବସାୟୀ କହିଛନ୍ତି ଯେ, ଆଗ ଥଇଥାନ କର, ୧ ବର୍ଷ ହେଲା କଚେରୀ ବଜ଼ାର ଭଙ୍ଗା ଗଲା ୫ ସହ ଦୋକାନ ବେଘର ହେଲା, ଜଣେ ହେଲା ବେପାରୀଙ୍କୁ ଥଇଥାନ ହୋଇନି। ଏଥିସହ କିଛି ବିକାଶ ମୂଳକ କାମ ଆରମ୍ଭ ହୋଇନି, ବ୍ୟବସାୟୀ ଘରେ ଚୁଲି ଜଳୁନି, ରୋଜଗାର ହରାଇ ଅନେକ ପରିବାର ଭୋକ ଉପାସରେ ରହିଛନ୍ତି । ଆଉ ପୁଣି ଏବେ ପାର୍ବଣ ଋତୁ ଆସୁଥିବା ବେଳେ ଏପଟେ ଭାଙ୍ଗିବାକୁ କାହିଁକି ଆସିଛ ବୋଲି କହି ପ୍ରତିବାଦ କରିଛନ୍ତି ଦୁଇ ଜେସିବ ଆଗରେ ବସି ରହି ଆନ୍ଦୋଳନ ଚଳାଇଛନ୍ତି, ଭଦ୍ରକ ତହସିଲ ଦାର ଓ ଟାଉନ ଥାନା ପୁଲିସ ସ୍ଥିତି ଉପରେ ନଜର ରଖିଛନ୍ତି, ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି ।