ପାଟଣାଗଡ଼, ୧୮|୯(ଆପ୍ର): ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ବାଗଉଡାର ଗାଁ ର ସହିଦ ଯବାନ ପ୍ରତାପ ନିଆଲଙ୍କ ଧର୍ମପତ୍ନୀ ବନିତା ଭୋଇଙ୍କୁ ଚାକିରୀ କ୍ଷେତ୍ରରେ ଉପଜିଲ୍ଲାପାଳ ସୁନୀଲ କୁମାର ମେହେର ସ‌ହଯୋଗ କରିଛନ୍ତି। 

ବାଗଉଡାର ଗ୍ରାମର ସହଦି ଯବାନ ପ୍ରତାପ ନିଆଲ ଦେଶ ର ସୁରକ୍ଷା ପାଇଁ ବିହାର ପାଟଣା ଆର୍ମି ବିଭାଗ ରେ କାର୍ଯ୍ୟରତ ଥିଲେ। ଗତ ୨୦୨୩ ଏପ୍ରିଲ୍ ୪ ତାରିଖରେ ସେ ମାଓବାଦୀ ଙ୍କ ଗୁଳିବିନିମୟ ରେ ସେ ସହିଦ ହୋଇଯାଇଥିଲେ। ପରେ ତାଙ୍କ ପାର୍ଥିବ ଶରୀର ଗାଁ ରେ ପହଞ୍ଚିବା ପରେ   ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ତାଙ୍କ ଧର୍ମପତ୍ନୀ ଓ  ୫ ବର୍ଷ ର ଶିଶୁ ପୁତ୍ର ଗାଁ ରେ ରହୁଥିଲେ। ତେବେ ବୁଧବାର ସହିଦ ଯବାନଙ୍କ ଧର୍ମପତ୍ନୀ ବନିତା ଙ୍କ ପାଖକୁ ଡାକ ଯୋଗେ ଏକ ଚିଠି ଆସିଥିଲା। ଚିଠି ଖୋଲି ସେ ଜାଣିବାକୁ ପାଇଲେ ଯେ କମାଣ୍ଡାଣ୍ଡ ସଶସ୍ତ୍ର ସୀମାବଳ ସୁରକ୍ଷା ବାହିନୀ ନୂଆଦିଲ୍ଲୀରେ  ଚାକିରୀ ରେ ଯୋଗଦେବା ପାଇଁ ଏକ ଚିଠି ଆସିଛି। ତେବେ ଏଥିପାଇଁ ତାଙ୍କୁ ତୁରନ୍ତ କିଛି ଆବଶ୍ୟକଜାତ କାଗଜ  ପାଇଁ ସେ ପ୍ରଥମେ ଆଇନଜୀବି ଶଙ୍କର ପ୍ରସାଦ ଓରଫ୍ ରାଣା ପ୍ରଧାନ ଙ୍କୁ ଆସି ସାକ୍ଷାତ କରିଥିଲେ। ମାନବିକତା ଦେଖାଇ ଶ୍ରୀ ପ୍ରଧାନ ତାଙ୍କୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନେଇକି ଯାଇଥିଲେ। ଉପଜିଲ୍ଲାପାଳ ଏହା ଜାଣିବା ପରେ ତୁରନ୍ତ ସବୁକାମକୁ ପଛରେ ପକାଇ ଦେଇ ସହିଦ ଯବାନଙ୍କ ଧର୍ମପତ୍ନୀ ଙ୍କୁ ସହଯୋଗ କରିଥିଲେ। ଉପଜିଲ୍ଲାପାଳଙ୍କ ଏହି ମହାନ୍ କାର୍ଯ୍ୟ ପାଇଁ ବନିତା ତାଙ୍କୁ କୃତଜ୍ଞତା ସହ ସାଧୁବାଦ ଦେଇଥିଲେ।