ଚୌଦ୍ୱାର/ଗୁରୁଡିଝାଟିଆ, ୨୭/୧୦ : ମହାନଦୀରେ ବିପଦପୂର୍ଣ୍ଣ ଜଳଯାତ୍ରା। ବାରଣ ସତ୍ତ୍ଵେ ଧବଳେଶ୍ଵର ପୀଠରେ ଖୁଲମ ଖୁଲା ଚାଲୁଛି ହୁଲି ଡ଼ଙ୍ଗା। ଯାତ୍ରୀମାନେ ବିପଦସଙ୍କୁଳ ଅବସ୍ଥାରେ ଡ଼ଙ୍ଗାରେ ଯାତାୟାତ କରୁଛନ୍ତି। ଏଠାରେ ପୁଲିସ ପ୍ରଶାସନ ଉପସ୍ଥିତ ଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନି। କୌଣସି ଅଘଟଣ ଘଟିଲେ ଏଥିପ୍ରତି କିଏ ଦାୟୀ ରହିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କାର୍ତ୍ତିକ ମାସ ଆରମ୍ଭ ପୂର୍ବରୁ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକରେ ହୁଲି ଡ଼ଙ୍ଗାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିଲା। ହେଲେ ବାରଣ ସତ୍ତ୍ଵେ ମହାନଦୀରେ ହୁଲି ଡ଼ଙ୍ଗା ଚାଲିଛି। ଯାତ୍ରୀମାନେ ବିନା ଲାଇଫ୍ ଜ୍ୟାକେଟ୍ରେ ନଦୀ ପାର୍ ହେଉଛନ୍ତି। ସେପଟେ ପୁଲିସ ପ୍ରଶାସନ ସବୁ ଦେଖିବି ନିରବଦ୍ରଷ୍ଟା ସାଜିଛି। କୌଣସି ଅଘଟଣ ଘଟିଲେ କିଏ ଦାୟୀ ରହିବ ବୋଲି ସର୍ବ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।