ଫିରିଙ୍ଗିଆ,୦୩/୧୧: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆର ବ୍ଲକ କନଫରେନ୍ସ ହଲରେ ମିଳିତ ଜନ ଅଭିଯୋଗ ଶୁଣାଣିରେ ଯୋଗ ଦେଇଥିଲେ ଜିଲ୍ଲାପାଳ। ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରାଯାଇଥିଲା ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଗୋଚ୍ଛାପଡ଼ା ପରିଦର୍ଶନ କରି ଉପ-କେନ୍ଦ୍ରରେ ଚାଲିଥିବା କାର୍ଯ୍ୟର ଅଗ୍ରଗତିର ସମୀକ୍ଷା ଏବଂ ତଦାରଖ କରିଥିଲେ। ଗୋଚ୍ଛାପଡ଼ା ଗ୍ରାମ ପଞ୍ଚାୟତ ଅଧୀନରେ ୟୁପିଏସ୍, ଖଜୁରି ଗ୍ରାମ ପରିଦର୍ଶନ କରି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । 
ଛତୁଆ ପ୍ରକ୍ରିୟାକରଣ ୟୁନିଟ୍ ପରିଦର୍ଶନ କରି ସ୍ୱଚ୍ଛତା ବଜାୟ ରଖିବା ଏବଂ ଟିଏଚଆର ବଣ୍ଟନର ଗୁଣବତ୍ତା ନିଶ୍ଚିତ କରିବାକୁ ସମ୍ପୃକ୍ତ ଏସଏଚଜି ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୋଚ୍ଛାପଡ଼ା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଗେଣ୍ଡୁ ଫୁଲ ବଗିଚା, ଲୁହୁରାସାହି ପରିଦର୍ଶନ କରି ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ଏକ ମୂଲ୍ୟ-ଲାଭ ବିଶ୍ଳେଷଣ କରିବାକୁ ଏବଂ ଗେଣ୍ଡୁ ଚାଷକୁ ଆହୁରି ବୃଦ୍ଧି ପାଇଁ ଉପାୟ ଅନୁସନ୍ଧାନ କରିବାକୁ ପରାମର୍ଶ ଦେଇଥିଲେ । 
ଆଇଟିଡିଏ, ଫୁଲବାଣୀର ପାଙ୍ଗା ଉପର ସାହି ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ପଣସ ପ୍ରକ୍ରିୟାକରଣ ୟୁନିଟ୍, କାଲାଡି ପରିଦର୍ଶନ କରି ୟୁନିଟ୍ ନିରୀକ୍ଷଣ କରିବା ସହ ୟୁନିଟକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀର ପ୍ରକଳ୍ପ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଇଟିଡିଏ, ଫୁଲବାଣୀର ସାଡିଙ୍ଗିଆ ଜିପି ଅଧୀନରେ ଥିବା  ଡ୍ରାଗନ୍ ଫ୍ରୁଟ୍ କଲ୍ଟିଭେସନ୍ ପ୍ୟାଚ୍, ବେଡାକେଟା ପରିଦର୍ଶନ କରି ଚାଷ ପଦ୍ଧତି, ଅମଳ, ବଜାର ସଂଯୋଗ ଏବଂ ମୂଲ୍ୟ-ଲାଭ ଦିଗ ବିଷୟରେ କୃଷକମାନଙ୍କ ସହିତ ଆଲୋଚନା କରିଥିଲେ।

​​​​​​​
 ଫିରିଙ୍ଗିଆ ବ୍ଲକ ପରିସରରେ ମିଶନ ଶକ୍ତି କାଫେ ପରିଦର୍ଶନ କରି କାଫେ ପରିଚାଳନା କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ଉପଲବ୍ଧ ସୁବିଧାଗୁଡ଼ିକର ସମୀକ୍ଷା କରିଥିଲେ  ଜିଲାପାଳ ବେଦ ଭୂଷଣ। ଅଧିକ ଭିତ୍ତିଭୂମି ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସହ କନ୍ଧମାଳ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ , ପ୍ରକଳ୍ପ ପ୍ରଶାସକ , ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ,ଫୁଲବାଣୀ ଗଦାଧର ପାତ୍ର , ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ଅନୁପ ଅଭିଷେକ ବେହେରା ଫିରିଙ୍ଗିଆ ତହସିଲଦାରଙ୍କ ଜୋତି ପ୍ରକାଶ ସେଠୀଙ୍କ ସମେତ  ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।