ସାହାଜପାଲ,୧୮।୯ : ବୌଦ୍ଧ ଜିଲ୍ଲା ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡିପଦର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଭଲିବଲ, ହ୍ୟାଣ୍ଡବଲ, ବାସ୍କେଟବଲ ଏବଂ ବ୍ୟାଡମିଣ୍ଟନ ପ୍ରତିଯୋଗିତା  ଅନୁଷ୍ଠିତ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଜିଲ୍ଲପାଳ ବିଭୁତି ଭୂଷଣ ନାୟକ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜୋତିକାନ୍ତ ସାହୁ, ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର ପ୍ରଧାନ, ମୁଣ୍ଡିପଦର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ସାହୁ ଯୋଗ ଦେଇଥିଲେ। ଦେବ ପୂଜନ ଓ ପ୍ରଦୀପ ପ୍ରଜ୍ଜଳନ, ସ୍ୱାଗତ ସଂଗୀତ ପରିବେଷଣ, ମୁଖ୍ୟ ଅତିଥିଙ୍କ ଦ୍ୱାରା କ୍ରୀଡା ପତ୍ତାକା ଉତ୍ତୋଳନ, ଶପଥ ପାଠ, ପରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।  ଜିଲ୍ଲା କ୍ରୀଡା ନିରୀକ୍ଷକ ଆନନ୍ଦ କୁମାର ବେହେରା ବିବରଣୀ ପାଠ କରିଥିଲେ । ଜିଲ୍ଲା ସ୍ତରରେ ମନୋନୀତ ହୋଇଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯିବା ସହ ରାଜ୍ୟସ୍ତରକୁ ମନୋନୀତ କରାଯାଇଛି। ସହକାରୀ ଶିକ୍ଷକ ଅଜତନ୍ନ ଲୁହା ଧନ୍ୟବାଦ ଦେଇଥିଲେ।