ସମ୍ବଲପୁର,୨୦/୧୦: ଆ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ଆଲୋକର ପର୍ବ ଦୀପାବଳି ପାଳନ ହେବାକୁ ନୀତି ନିର୍ଘଣ୍ଟ ହୋଇଛି । ଚଳିତଥର ମନ୍ଦିର ପରିସରରେ ପ୍ରାୟ ୧୧ ହଜାର ଦୀପ ପ୍ରଜ୍ଜଳନ କରି ଏକ ଭିନ୍ନ ଏକ ଦୀପୋତ୍ସବର ପରମ୍ପରା ଆରମ୍ଭ କରିବାକୁ ମନ୍ଦିର ଟ୍ରଷ୍ଟ୍ ବୋଡ୍ର୍ ନିଷ୍ପତ୍ତି ନେଇଛି । ସଂଧ୍ୟା ୫ଟାରୁ ୭ଟା ମଧ୍ୟରେ ଏହି ଦୀପୋତ୍ସବ ଅନୁଷ୍ଠିତ ହେବ । ଶ୍ରଦ୍ଧାଳୁମାନେ ମା’ଙ୍କ ଚରଣରେ ଦୀପ ଅର୍ପଣ କରିପାରିବେ । ବହୁସଂଖ୍ୟାରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ମନ୍ଦିର ଟ୍ରଷ୍ଟ୍ ବୋଡ୍ର୍ ସଭାପତି ସଞ୍ଜୟ ବାବୁ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି । ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ମଧ୍ୟ କରାଯାଉଛି ।