ଭୁବନେଶ୍ୱର, ୧୫/୦୯: ଭୁବନେଶ୍ୱର ମହାନଗର  ନିଗମ (ବିଏମ୍‌ସି) ପକ୍ଷରୁ ହେବ ବୁଲା କୁକୁର ଗଣନା।  ୧୭ ନୁହେଁ ୧୮ର ତାରିଖରୁ ଆରମ୍ଭ ହେବ ବୁ କୁକୁର ଗଣନା। 'ଏକ୍‌ ପେଡ୍ ମାଆ କେ ନାମ୍' କାର୍ଯ୍ୟକ୍ରମ ପାଇଁ ଗୋଟିଏ ଦିନ ଘୁଞ୍ଚିଲା । ପୂର୍ବରୁ ୧୭ରେ ବୁଲା କୁକୁର ଗଣିବାକୁ ତାରିଖ ଧାର୍ଯ୍ୟ କରାଯାଇଥିଲା। ଏବେ ବିଏମ୍‌ସି ଏକ ନୋଟିସ୍ ଜାରି କୁକୁର ଗଣନାକୁ ଗୋଟିଏ ଦିନ ଘୁଞ୍ଚାଇଛି ।
ସୂଚନା ଅନୁଯାଇ, ୧୭ ତାରିଖ ପରିବର୍ତ୍ତେ ୧୮ରୁ ତାରିଖରୁ ୬୭ଟି  ୱାର୍ଡରେ କୁକୁର ଗଣନା କାର୍ଯ୍ୟ ଚାଲିବ । ବୁଲା କୁକୁର ଗଣନା ପାଇଁ ଜୋନ୍‌, ୱାର୍ଡ ଓ ୱାର୍ଡରେ ଥିବା ପ୍ରତ୍ୟେକ ଗଳି ପାଇଁ ଟିମ୍‌ ଗଠନ କରାଯାଇଛି । ପ୍ରତ୍ୟେକ ଗଳିକନ୍ଦିରେ ଦୁଇ ଦୁଇଟି ପର୍ଯ୍ୟାୟରେ ବୁଲା କୁକୁର ଗଣନା କରାଯିବ । ଏଥିପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । 

ପ୍ରଥମ ପର୍ଯ୍ୟାୟ ଗଣନା ସେପ୍ଟେମ୍ବର ୧୮ରୁ ୨୦ ତାରିଖ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଗଣନା ୨୧ରୁ ୨୪ ତାରିଖ  ପର୍ଯ୍ୟନ୍ତ ଚାଲିବ । ଭୋର ୫ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଏହି କୁକୁର ଗଣନା ଚାଲିବ । ଦକ୍ଷ ପଶୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍‌ସପେକ୍ଟର, ଏସ୍‌ଏମଟିଏ, ଡିଇଓ, ସିଓ, ୱାର୍ଡ ଅଫିସର  ପ୍ରମୁଖ ଏହି କାର୍ଯ୍ୟ ସଂପାଦନ କରିବେ । ଏକକାଳୀନ  ୪୧୦ଟି ଟିମ୍‌ ଭୁବନେଶ୍ୱରର ବିଭିନ୍ନ ଗଳିକନ୍ଦିରେ କୁକୁର  ଗଣନା ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୁକୁର ଗଣନାରେ ବିଏମ୍‌ସି ମୋଟ୍‌ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବ ।