ମାଲକାନଗିରି,୨୧/୯ (ଆପ୍ର )ଜିଲ୍ଲା ସଂସ୍କୃତିବିଭାଗ ପକ୍ଷରୁ ସେବାପକ୍ଷ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗୀତା ସରକାରି ବିଜ୍ଞାନ ମହା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ଶୋମେଶ ଉପାଧ୍ୟାୟ ଙ୍କ ନିର୍ଦ୍ଦେଶ କ୍ରମେ ସେବାପକ୍ଷ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନପ୍ରତିଯୋଗୀତା ପ୍ରତ୍ଯେକ୍ ସ୍କୁଲ ରୁ ୨ ଜଣ ଲେଖାଏଁ ମୋଟ ୫୦ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ପ୍ରତ୍ୟେକ କଲେଜ ରୁ ୨ ଜଣ ଲେଖାଏଁ ୫୦ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ ୧୫ ଜଣ ଚିତ୍ରଶିଳ୍ପୀ ପ୍ରତିଯୋଗିତା ରେ ଭାଗ ନେଇଥିଲେ।
ଆସନ୍ତା ୨୫ ତାରିଖ ଭୁବନେଶ୍ୱର ଠାରେ ରଜ୍ୟସ୍ତରୀୟ ପ୍ରୀତିଯୋଗିତା ରେ ଜିଲ୍ଲାସ୍ତ ର ରେ କୃତି ଚିତ୍ରକର ପ୍ରତିଯୋଗୀ ତା ରେ ଭାଗ ନେବେ । ଏହି ପ୍ରତିଯୋଗିତା କର୍ମଶାଳ ରେ ଜିଲ୍ଲା ସଂସ୍କୃତ ଅଧିକାରୀ ସଂନ୍ତ୍ରାସ ନାରୟାଣ ପଣ୍ଡା ମୁଖ୍ୟ ଅତଥିଭାବେ ଯୋଗ ଦେଇଥିଲେ। ଚିତ୍ରାଙ୍କନ ର ବିଷୟ ବିକଶିତ ଭାରତ - ୨୦୪୭ଆଧାର ରେ କରା ଯାଇଥିଲା। ଜିଲା ସ୍ତର ରେ ସ୍କୁଲ ରୁ ୩ ଜଣ, କଲେଜ୍ ରୁ୩ ଏବଂ ପେଶାଦାର ରୁ ୩ ଜଣ ଉତ୍ତୀର୍ଣ୍ଣ ହୋଇ ରାଜ୍ଯସ୍ତର ପ୍ରତିଯୋଗୀତା ପାଇଁ ମୋଟ ୯ ଜଣ ମନୋନୀତ ହୋଇଛନ୍ତି।