ଭୁବନେଶ୍ୱର ୨୬/୦୯: ହଳଦୀରେ ରହିଛି ବହୁ ଔଷଧୀୟ ଗୁଣ, ଯାହା ଅନେକ ରୋଗରୁ ରକ୍ଷା କରିଥାଏ । ଯଦି ନିୟମିତ ସକାଳେ ଏକ କପ୍‌ ହଳଦୀ ପାଣି ପିଅନ୍ତି, ତେବେ ଶରୀରର ଅନେକ ସମସ୍ୟା ଆପେ ଆପେ ଦୂର ହୋଇଯାଇଥାଏ । ମଧୁମେହଠାରୁ ଆରମ୍ଭ କରି ତ୍ୱଚା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ରହିଛି ଏହାର ସକାରାତ୍ମକ ପ୍ରଭାବ ।ହଳଦୀରେ ଆଇରନ୍‌, କପର, ପ୍ରୋଟିନ୍‌, ଫାଇବର୍‌ ଓ ଭିଟାମିନ-ସି' ପରି ପୋଷକ ତତ୍ତ୍ୱ ରହିଛି । ନିୟମିତ ହଳଦୀ ପାଣି ପିଇବା ଦ୍ୱାରା ରକ୍ତରେ ଶର୍କରା ସ୍ତରକୁ ମଧ୍ୟ ନିୟନ୍ତ୍ରିତ ହୋଇଥାଏ । ପୋଷାକ ତତ୍ତ୍ୱରେ ଭରା ହଳଦୀ ପାଚନ ତନ୍ତ୍ର ପାଇଁ ଖୁବ୍‌ ଲାଭଦାୟକ ।

ଔଷଧୀୟ ଗୁଣରେ ଭରା ହଳଦୀ ଖାଦ୍ୟର ରଙ୍ଗ ଓ ସ୍ୱାଦକୁ ବଢାଇଥାଏ । ଏହି ମସଲାର ଉପଯୋଗ କେବଳ ଖାଦ୍ୟରେ ନୁହେଁ, ବରଂ ଅନେକ ଶାରୀରିକ ସମସ୍ୟାକୁ ସମାଧାନ କରିଥାଏ । ଆୟୁର୍ବେଦରେ ହଳଦୀ ଅନେକ ଔଷଧ ତିଆରି ପାଇଁ ବ୍ୟବହାର ହୋଇଥାଏ । ଏହି ମସଲାରେ ଆଇରନ୍‌, ପ୍ରୋଟିନ୍‌, ଫାଇବର, ଭିଟାମିନ୍‌-ସି' ଓ ଭିଟାମିନ୍‌-ଇ' ପରି ଅନେକ ପୋଷକ ତତ୍ତ୍ୱ ରହିଛି । ଯଦି ନିୟମିତ ଖାଲି ପେଟରେ ହଳଦୀ ପାଣି ପିଅନ୍ତି, ତେବେ ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ । ଯେପରିକି

ବଢାଏ ରୋଗ ପ୍ରତିରୋଧକ ଶକ୍ତି :

ହଳଦୀରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ସିଷ୍ଟମକୁ ମଜବୁତ କରିଥାଏ । ଫଳରେ ଅନେକ ପ୍ରକାରର ସଂକ୍ରମଣ ଓ ରୋଗରୁ ରକ୍ଷା କରିଥାଏ । ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ନିୟମିତ ହଳଦୀ ପାଣି ପିଇବା ଉଚିତ୍‌ ।

ପାଚନ ତନ୍ତ୍ର ସୁସ୍ଥ ରହେ :

ପୋଷକ ତତ୍ତ୍ୱରେ ଭରା ହଳଦୀ ପାଚନ ତନ୍ତ୍ର ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ଏଥିରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଓ ଆଣ୍ଟି- ଅକ୍ସିଡାଣ୍ଟ ଗୁଣ ପାଚନ ତନ୍ତ୍ରକୁ ସୁଧାରିଥାଏ । ହଳଦୀ ପାଣି ପିଇବା ଦ୍ୱାରା ପେଟରେ ଥିବା ପ୍ରାୟ ସମସ୍ୟାର ସମାଧାନ ହୋଇଥାଏ ।

ହୃଦୟ ପାଇଁ ଲାଭଦାୟକ :

ହଳଦୀରେ ଥିବା କରକ୍ୟୁମିନ୍‌ ହୃଦୟ ସ୍ୱାସ୍ଥ୍ୟକୁ ସୁଧାରି ଥାଏ । ସେହିପରି ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ହୃଦୟ ରୋଗକୁ କମ୍‌ କରିବାରେ ସାହାଯ୍ୟ କରିଥାଏ । ନିୟମିତ ହଳଦୀ ପାଣି ପିଇବା ଦ୍ୱାରା ହୃଦୟ ଫିଟ୍‌ ରହିଥାଏ ।

ରକ୍ତରେ ଶର୍କରା ନିୟନ୍ତ୍ରିତ କରେ :

ଯେଉଁ ଲୋକଙ୍କୁ ମଧୁମେହ ସମସ୍ୟା ରହିଥାଏ, ସେମାନଙ୍କ ପାଇଁ ହଳଦୀ ପାଣି ରାମବାଣ ପରି କାମ କରିଥାଏ । ଏହା ରକ୍ତରେ ଶର୍କରା ସ୍ତରକୁ ସାମାନ୍ୟ ରଖିଥାଏ । ଏଥିରେ ଥିବା କର୍‌କ୍ୟୁମିନ୍‌ ମଧୁମେହ ଆଶଙ୍କାକୁ କମ୍‌ କରିଥାଏ ।

ତ୍ୱଚା ପାଇଁ ଗୁଣକାରୀ :

ହଳଦୀ ତ୍ୱଚାରେ ଚମ୍‌କ ଆଣିଥାଏ । ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ବୟସକୁ ବାନ୍ଧି ରଖିବାରେ ସହଯୋଗ କରିଥାଏ । ନିୟମିତ ହଳଦୀ ପାଣି ପିଇବା ଦ୍ୱାରା ତ୍ୱଚାରେ ଚମ୍‌କ ଆସିବା ସହ ସୁସ୍ଥ ରହିଥାଏ ।