ନୂଆଦିଲ୍ଲୀ: ଭୂକମ୍ପରେ ଦୋହଲିଲା ତୁର୍କ। ଗୁରୁବାର ଉତ୍ତର-ପଶ୍ଚିମ ତୁର୍କୀ ଏବଂ ଇସ୍ତାନବୁଲରେ ରିକ୍ଟର ସ୍କେଲରେ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ତୁର୍କର ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିଚାଳନା ସଂସ୍ଥା (AFAD) ଜାରି କରିଥିବା ତତ୍ୟ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ଟେକିରଦାଗ ପ୍ରଦେଶ ନିକଟବର୍ତ୍ତୀ ମାରମାରା ସାଗରରେ ୬.୭୧ କିଲୋମିଟର ଗଭୀରତାରେ ରହିଥିଲା। ସଂସ୍ଥା କହିଛି ଯେ ସ୍ଥାନୀୟ ସମୟ ଅପରାହ୍ନ ଟା ୫୫ ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା।

ଭୂକମ୍ପ ଅନୁଭୂତ ହେବା ପରେ ଭୟଭୀତ ଲୋକମାନେ ନିଜ ନିଜ କୋଠାରୁ ବାହାରକୁ ଚାଲି ଆସିଥିଲେ। ସୁରକ୍ଷା ଦୃଷ୍ଟିକୋଣରୁ ପ୍ରଶାସନ ଅନେକ ସ୍କୁଲକୁ ଖାଲି କରିବାକୁ ବାଧ୍ୟ ହୋଇଥିଲା। ତେବେ ଏହି ଘଟଣାରେ କ୍ଷୟକ୍ଷତି କିମ୍ବା ମୃତାହତଙ୍କ ସମ୍ପର୍କରେ କୌଣସି ରିପୋର୍ଟ ମିଳିପାରିନାହିଁ। ଇସ୍ତାନବୁଲ ରାଜ୍ୟପାଳଙ୍କ କାର୍ଯ୍ୟାଳୟ କହିଛି ଯେ ପ୍ରାରମ୍ଭିକ ମୂଲ୍ୟାଙ୍କନରେ କ୍ଷୟକ୍ଷତିର କୌଣସି ସଙ୍କେତ ଦେଖାଯାଇ ନାହିଁ।

ଆପଣଙ୍କୁ ଜଣାଇରଖୁ ଯେ, ତୁର୍କୀ ଏକ ସକ୍ରିୟ ଫଲ୍ଟ ରେଖାରେ ଅବସ୍ଥିତ ହୋଇଥିବାରୁ ବିଶ୍ୱର ସବୁଠାରୁ ଅଧିକ ଭୂମିକମ୍ପ ଦ୍ୱାରା ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଅନ୍ୟତମ। ଗତ ଅଗଷ୍ଟ ମାସରେ, ଉତ୍ତର-ପଶ୍ଚିମ ପ୍ରଦେଶ ବାଲିକେସିରର ସିନ୍ଦିର୍ଗିରେ 6.1 ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଏବଂ ଏକାଧିକ ଲୋକ ଆହତ ହୋଇଥିଲେ। ସେବେଠାରୁ, ଏହି ଅଞ୍ଚଳରେ ଛୋଟ ଛୋଟ ଭୂମିକମ୍ପ ଅନୁଭୂତ ହୋଇଆସୁଛି।

୨୦୨୩ ମସିହାରେ ତୁର୍କୀରେ ୭.୮ ତୀବ୍ରତାର ଏକ ବଡ ଧରଣର ଭୂମିକମ୍ପ ହୋଇଥିଲା। ଯାହା ସମଗ୍ର ଦେଶରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଏହି ଭୂମିକମ୍ପରେ ୫୩,୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବାଶହ ଲାକ୍ଷାଧିକ ଲୋକ ଆହତ ହୋଇଥିଲେ। ଏଥିଯୋଗୁଁ ତୁର୍କର ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ପ୍ରଦେଶରେ ଲକ୍ଷ ଲକ୍ଷ କୋଠା କ୍ଷତିଗ୍ରସ୍ତ ହୋଇଥିଲା। ଏହା ପ୍ରଭାବରେ ପଡୋଶି ଉତ୍ତର ସିରିଆରେ ମଧ୍ୟ ୬,୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା।